କ୍ଷମା ମାଗିଲେ ଶ୍ରୀମନ୍ଦିରରେ ଟିକଟକ୍ କରିଥିବା ଯୁବତୀ

1 min read

ପୁରୀ : ଶ୍ରୀମନ୍ଦିର ଭିତରେ ଟିକଟକ୍‌ ଭିଡିଓ କରିଥିବା ଯୁବତୀ ଶେଷରେ ଭୁଲ ମାଗିଛନ୍ତି। ନିଜ ଟିକଟକ୍‌ ସାଇଟରୁ ଭିଡିଓ ଡିଲିଟ୍‌ କରିଛନ୍ତି। ଏଥିସହିତ କ୍ଷମା ପ୍ରାର୍ଥନା କରିଥିବା ଏକ ଅଡିଓ ଅପଲୋଡ୍‌ କରିଛନ୍ତି ସଂପୃକ୍ତ ଯୁବତୀ । ଏପରି ଭିଡିଓ ଅପଲୋଡ୍‌ କରି ଭୁଲ କରିଥିବାରୁ ତାଙ୍କୁ କ୍ଷମା କରିଦେବାକୁ ଅଡିଓ ମାଧ୍ୟମରେ ନିବେଦନ କରିଛନ୍ତି ଯୁବତୀ। ଭବିଷ୍ୟତରେ ଆଉ ଏପରି କରିବେ ନାହିଁ ବୋଲି ମତ ରଖିଛନ୍ତି। ଅଧିକ ଲାଇକ୍‌ ପାଇବା ଉଦେଶ୍ୟରେ ଏପରି କରିଥିବା ସେ ମାନିଛନ୍ତି। ଗତ ୨୮ତାରିଖରେ ଶ୍ରୀମନ୍ଦିର ଭିଡିଓକୁ ଜଗନ୍ନାଥଙ୍କ ଭଜନ ସଂଗୀତ ସହ ମିଶାଇ ଟିକଟକ୍‌ ମାଧ୍ୟମରେ ଏହି ଭିଡିଓକୁ ଭାଇରାଲ କରିଥିଲେ ଯୁବତୀ। ଏହି ଖବର ପ୍ରଥମେ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ପ୍ରସାରିତ ହେବାପରେ ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବୁଦ୍ଧିିଜୀବୀଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଭିଡିଓରେ ଶ୍ରୀମନ୍ଦିରର ଭିତର ବେଢ଼ାର ଦୃଶ୍ୟ କଏଦ ହୋଇଥିଲା। ଶ୍ରୀମନ୍ଦିରର ଭିତର ଭିଡିଓ ସହ ଆନନ୍ଦବଜାରରେ ଅବଢ଼ା ଖାଉଥିବା ଦୃଶ୍ୟ ବି କଏଦ ହୋଇଥିଲା। ଶ୍ରୀମନ୍ଦିରର ଚାରି ଦ୍ୱାରରେ ମୋବାଇଲ ନେବା ଉପରେ ରୋକ୍‌ ଲଗାଯାଇଥିବା ବେଳେ ବାରମ୍ବାର କିପରି ଏହା ଘଟୁଛି ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ସମ୍ବେଦନଶୀଳ ଘଟଣାରେ କାହାର ନିଘା ନାହିଁ ବୋଲି ଆଲୋଚନା ହେଉଛି।

https://nandighoshatv.comvideo-inside-puri-jagannath-temple-went-viral-on-social-media/ ')}

Leave a Reply