କାଲିଠୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ଜୁନିଅର ହକି ବିଶ୍ୱକପ୍

1 min read
Tight Security In Bhubaneswar For Hockey Men's Junior World Cup

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ହକି ବିଶ୍ୱକପ୍ । ଡିସେମ୍ବର ୫ ତାରିଖ ଯାଏଁ ଚାଲିବ ଟକ୍କର । ଉଦଘାଟନୀ ଦିବସରେ ୪ଟି ମ୍ୟାଚ୍ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା । ପୁରୁଷ ଜୁନିଅର ହକି ବିଶ୍ୱକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଦର୍ଶକଙ୍କ କୋଳାହଳରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍, ଦର୍ଶକଙ୍କ ବିନା ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୁରୁଷ ଜୁନିଅର ହକି ବିଶ୍ୱକପ୍ ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ରହିବେ ଭୁବନେଶ୍ୱର ଡିସିପି । ୧୬ ଟିମ୍ ପାଇଁ ୧୦ଟି ହୋଟେଲ ରହଣୀ ବ୍ୟବସ୍ଥା ହୋଇଛି । ହୋଟେଲ, ଷ୍ଟାଡିୟମ, ଖେଳାଳି ଓ ରୁଟ୍ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଡ଼ା ସୁରକ୍ଷା ଭିତରେ ଖେଳାଳିଙ୍କ ବସ୍ ହୋଟେଲରୁ ଷ୍ଟାଡିୟମ୍ ଆସିବ । କରୋନା କଟକଣା ପାଇଁ ବିନା ଦର୍ଶକରେ ସମସ୍ତ ମ୍ୟାଚ୍ ଖେଳାଯିବ ।

ପୁରୁଷ ଜୁନିଅର ହକି ବିଶ୍ୱକପ୍ ପାଇଁ ସମସ୍ତ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସୁରକ୍ଷା ପାଇଁ ଗେଟରୁ ଗ୍ରାଉଣ୍ଡ ସବୁଠି ପୋଲିସ ଫୋର୍ସ ମୁତୟନ ହେବେ । ୪ଟି ଦେଶ ସହ ପାକିସ୍ତାନ ଖେଳାଳି ମାନଙ୍କ ସୁରକ୍ଷା ଉପରେ ଅଧିକ ନଜର ରହିବ । ପ୍ରତି ଖେଳାଳି ଓ ଅଫିସିଆଲଙ୍କ ୭୨ ଘଣ୍ଟାରେ କରୋନା ଟେଷ୍ଟ କରାଯାଉଛି ।

Leave a Reply