ଅର୍ଥନୀତିରେ ତିନି ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା  । ଚଳିତ ବର୍ଷ ଲାଗି 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ବେନ ବର୍ନାନକେ, ଡଗଲସ ଡାଏମଣ୍ଡ, ଫିଲିପ ଡାଇବଭିଗଙ୍କୁ ବ୍ୟାଙ୍କ ଓ ବିତ୍ତୀୟ ସଙ୍କଟ ସମୟରେ ଗବେଷଣା ଲାଗି ଏହି ସମ୍ମାନ ମିଳିଛି  ।

ତିନି ଅର୍ଥନୀତିଜ୍ଞ ଆମେରିକାର ହୋଇଥିବା ଜଣାପଡିଛି  । ପୂର୍ବରୁ ମେଡିସିନ, କେମେଷ୍ଟ୍ରି, ଫିଜିକ୍ସ, ସାହିତ୍ୟ ଓ ଶାନ୍ତି ପୁରସ୍କାର ପାଇଁ ନାଁ ଘୋଷଣା ସରିଛି । ଗତ ୩ ତାରିଖରୁ ଏହି ପୁରସ୍କାର ତାଲିକା ଘୋଷଣା କରି ଆସୁଛି ନୋବେଲ ଫାଉଣ୍ଡେସନ । ଆଜି ଥିଲା ଘୋଷଣାର ଶେଷ ଦିବସ । ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ନାମରେ ଏହି ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସଛି । କିନ୍ତୁ ୧୯୬୯ରୁ ଅର୍ଥନୀତିରେ ନୋବେଲ ପୁରସ୍କାର ଦିଆଯାଉଛି ।