ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ଲିଭିଗଲା ଢେଙ୍କାନାଳର ବୀର ଓଡ଼ିଆ ଯବାନ ସରୋଜ ଦାସଙ୍କ ଜୀବନ ପ୍ରଦୀପ । ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ଭାସି ଯାଇ ସହିଦ ହୋଇଛନ୍ତି କାମାକ୍ଷାନଗର କେନ୍ଦୁଢିପର ସରୋଜ ଦାସ  । ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ସରୋଜଙ୍କ ପାର୍ଥିବ ଶରୀର । ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ  । ସରୋଜଙ୍କ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି  । ଚାରିଆଡେ କାନ୍ଦ ବୋବାଳି ସହିତ ରଡ଼ିରେ ଫାଟି ପଡୁଛି ପରିବେଶ । ପୁଅକୁ ହରାଇ କାନ୍ଧୁଛି ମାଆ, ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ବାପା । ଭଉଣୀ ମାନଙ୍କ ଆଖିରୁ ଲୁହ ଶୁଖୁନି । ମାଟିର ବୀର ସନ୍ତାନକୁ ହରାଇ ଭାଂଗି ପଡିଛନ୍ତି ସଭିଏ । ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ ।Sikkim Flash Floods: Missing Odia Jawan Saroj Kumar Das' body found

ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା  ଘରକୁ ଫୋନ ଆସିଥିଲା  । ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ । ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ ।