ଜନ୍ମ ମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ସରୋଜ ଦାସ । କାମାକ୍ଷାନଗର କେନ୍ଦୁଢିପରେ ପହଞ୍ଚିଛି ସହିଦ ସରୋଜଙ୍କ ପାର୍ଥିବ ଶରୀର । ବିଶାଳ ଶୋଭାଯାତ୍ରାରେ ଶେଷଥର ପାଇଁ ଗାଁକୁ ଯାଇଛନ୍ତି ସରୋଜ । ହଜାର ହଜାର ଲୋକ ସରୋଜଙ୍କ ଶେଷଯାତ୍ରାରେ ସାମିଲ ହୋଇଛନ୍ତି  । ସମସ୍ତଙ୍କ ଆଖିରେ ଗର୍ବ ଆଉ ବିଚ୍ଛେଦର ଲୁହ । କିଛି ସମୟରେ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସରୋଜଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଭୁବନେଶ୍ବର ବିମାନ ବନ୍ଦରରେ ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର ।
ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ , ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧିର ସାମଲ , ବିଏସଏଫର ବରିଷ୍ଠ ଅଧିକାରୀ, ଅବସର ପ୍ରାପ୍ତ ସେନାଅଧିକାରୀ, ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ସହିତ ସହିଦ ସରୋଜଙ୍କ ବଡଭାଇ ମନୋଜ ଦାସ  ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ  ।