ବାଣୀବିହାରରେ ଛାତ ଉପରେ ଚଢ଼ିଥିବା ବ୍ୟକ୍ତିଙ୍କ ପରିଚୟ କଣ ? କାହିଁକି କରିଥିଲେ ଏମିତି ମୁର୍ଖାମୀ ?

1 min read

ଭୁବନେଶ୍ୱର: (ଅରୁଣ କୁମାର ସାହୁ) ବାଣୀବିହାର କ୍ୟାମ୍ପସ । ପ୍ଳାଟିନମ ଜୁବୁଲି ପାଇଁ ଚାଲିଛି ସଜବାଜ । ଶୁକ୍ରବାର ସମୟ ସକାଳ ୯ଟା । ସ୍ଥାନ, ପରିଜା ଲାଇବ୍ରେରୀ ପାଠାଗାର। ହଠାତ ଜଣେ ଯୁବକ ପାଠାଗାରର ୫୦ ଫୁଟ ଛାତ ଉପରକୁ ଚଢ଼ି ଯାଇଥିଲେ । କ୍ୟାମ୍ସସରେ ହୁରି ପଡିଥିଲା ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଛାତ ଉପରେ ଅଛନ୍ତି।
ସମୟ-ସାଢେ ୯ଟା। ଅଗ୍ନିଶମ ବିଭାଗ ପାଖରେ ଖବର ପହଞ୍ଚିବା ପରେ ପହଞ୍ଚିଥିଲା ଟିମ। ଦକ୍ଷ ଅଗ୍ନିଶମ ଅଧିକାରୀ ସହିତ ପହଞ୍ଚିଥିଲା ବ୍ରେଣ୍ଟସ୍କାଏ ଲିଫ୍ଟ ଗାଡି। ସାଢେ ୧୦ଟା ବେଳକୁ ଏ ଖବର ବିଜୁଳି ବେଗରେ ମାଡ଼ି ଯିବା ପରେ ପରିଜା ପାଠାଗାର ନିକଟରେ ରୁଣ୍ଡ ହୋଇଥିଲେ ଛାତ୍ର ଓ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ।
ଅପରେସନ-ପାର୍ଟ-୧
() ଆରମ୍ଭ ହୋଇଥିଲା ଅପରେସନ ମ୍ୟାନ୍‌ ରେସ୍କ୍ୟୁ। ୫୦ ଫୁଟ ଉପରକୁ ଚଢିଥିଲା ବ୍ରେଣ୍ଟ ସ୍କାଏ ଲିଫ୍ଟ। ଗାଡିକୁ ଦେଖି ଉନତ୍ତ ଯୁବକ ଜଣଙ୍କ ଅସ୍ତବ୍ୟସ୍ତ ହେବା ସହ ତଳକୁ ଖସାଇବାକୁ କହିଥିଲା। ଆଉ ତଳକୁ ନଖସାଇଲେ ଛାତ ଉପରୁ ଡେଇଁବାକୁ ଧମକ ଦେଇଥିଲା। ଅଗ୍ନିଶମ ଟିମ ଭୟରେ ତଳକୁ ଓହଲାଇ ଆସିଥିଲେ।


ଅପରେସନ ପାର୍ଟ-୨
() ଯୁବକ ଜଣଙ୍କର ଏପରି ହାବଭାବ ଦେଖି ରଣନିତୀ କରିଥିଲା ଅଗ୍ନିଶମ ଟିମ। ଚିଫ ଫାୟାର ଅଫିସର ଓ ଡେପୁଟୀ ଫାୟାର ଅଫିସର ପୁଣିଥରେ ଯୁବକ ଜଣଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ, ସମାନ ଢଙ୍ଗରେ ତଳକୁ ଡେଇଁବାକୁ ଧମକ ଦେଇଥିଲା। ଗାଡିକୁ ତଳକୁ ନଖସାଇଲେ, ଛାତ ଉପରୁ ତଳକୁ ଗୋଡ ବାହର କରି ଲମ୍ପ ମାରିବାକୁ ପ୍ରସ୍ତୁତ ମଧ୍ୟ ହୋଇସାରିଥିଲା । ଯୁବକ ଜଣଙ୍କ କହିଥିଲେ ଦାନ୍ତ ଘସିବା ପାଇଁ ବ୍ରାସ, ପାଣି ଓ ଖାଇବାକୁ ଦିଅ।
ଅପରେସନ ପାର୍ଟ-୩
() ଖାଇବା ପାଇଁ କହିବା ପରେ କିଛି ଛାତ୍ର ନେତା ପୁଣିଥରେ ଗାଡି ସାହାଯ୍ୟରେ ବ୍ରସ, ପାଣି ଓ ଚକୁଳି ଓ ଭଜା ନେଇ ଯାଇଥିଲେ। ପାଣି  ଓ ଖାଦ୍ୟ ଦେବା ବାହାନାରେ ୫୦ ଫୁଟ୍ ଛାତ ଉପରେ ଯୁବକ ଜଣଙ୍କୁ ଧରିବା ପାଇଁ ଚେଷ୍ଟା କରି ଗାଡିର କ୍ୟାବ ଭିତରକୁ ଟାଣିଆଣିବାକୁ ପ୍ରୟାସ କରିଥିଲେ ଅଗ୍ନିଶମ ବାହିନୀ । ତାହା ବି ଫେଲ ମାରିଥିଲା ।


ଅପରେସନ ପାର୍ଟ-୪
() ଉନ୍ମତ୍ତ ଯୁବକଙ୍କ ମନରେ କଣ ଚାଲିଛି ଜାଣିବା ପାଇଁ ମାନସିକ ସ୍ତରରେ ଦୁବର୍ଳ ଓ ବିକାରଗସ୍ତ ଭାବି ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱବିତ୍ ପ୍ରତାପ ରଥ ଓ ଯୁବ ମନସ୍ତତ୍ୱବିତ୍ ଏବଂ ଅଗ୍ନିଶମ ଟିମ ରଣନିତୀ ପ୍ରସ୍ତୁତ କରିଥିଲେ। ଯୁବକ ଜଣଙ୍କ କଣ କହିବାକୁ ଚାହୁଁଛି ଓ ତା ମନ ଭିତରେ କଣ ଚାଲିଛି ଜାଣିବା ପାଇଁ ମନୋସ୍ତତ୍ୱବିଚଙ୍କୁ ନେଇ ଉପରକୁ ପୁଣିଥରେ ଯାଇଥିଲେ ଟିମ। ସମାନ ଢଙ୍ଗରେ ତଳକୁ ଡେଇବାଁକୁ ଡ୍ରାମା କରିବା ସହ ଦେଖାଇଥିଲେ ହରକତ। ଆଉ ଯୁବକ ଜଣଙ୍କ କହିଥିଲେ ଶରତ ଓ ବାଣୀବିହାରର କୁଳପତ୍ତି ଉପରକୁ ଆସିଲେ ତଳକୁ ଓହ୍ଲାଇବି ।
ଅପରେସନ ପାର୍ଟ-୫
() ଯୁବକ ଜଣଙ୍କ କଥାକୁ ସଂପର୍କରେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠି କୂଳପତିଙ୍କୁ ଜଣାଇଥିଲେ । ମାନସିକସ୍ଥିତି ଓ କଣ ଦରକାର ପଚାରି ବୁଝିଥିଲେ, ଆଉ ତଳକୁ ଓହ୍ଲାଇବାକୁ କହିଥିଲେ। ତା ପରେ ବି ଯୁବକ ଜଣଙ୍କ ଶୁଣି ନଥିଲେ।


ଅପରେସନ ପାର୍ଟ-୬
() ଯୁବକ ଜଣଙ୍କର ହରକତ ଦେଖି ପୁଣି ଥରେ ଆଉ ଗୋଟିଏ ବ୍ରେଣ୍ଟସ୍କାଏ ଲିଫ୍ଟ ଓ ଜାଲ ନେଇ ଆସିଥିଲେ ଅଗ୍ନିଶମ ବାହିନୀ । ଯୁବକ ଜଣଙ୍କୁ ଛାତ ଉପରକୁ ଭିଡିବାକୁ ମଧ୍ୟ ଚେଷ୍ଟ କରିଥିଲେ। ଆଉ ତଳକୁ ଯଦି ଡେଇଁବେ ତା ହାଲେ ଜାଲ ଉପରେ ପଡିବେ ବୋଲି ଆଶା କରାଯାଇଥିଲା । ତା ପରେ ବି ଫେଲ ମାରିଥିଲା ଟିମ୍।
ଅପରେସନ ପାର୍ଟ-୬
() ବାଣୀବିହାରରେ ଯୁବକ ଜଣଙ୍କର ଏପରି ଉନ୍ନତ୍ତକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଯୁବକ ଜଣଙ୍କର ଘର ଲୋକ ଦେଖି ଭୁବନେଶ୍ୱରରେ ଥିବା ଦିଲ୍ଲୀପ ନାମକ ଜଣେ ସାଙ୍ଗକୁ ଖବର ଦେଇଥିଲେ। ଦିଲ୍ଲୀପ ଫାୟାର ଟିମ ନିକଟରେ ଆସି ଅନୁରୋଧ କରିଥିଲେ। ଶେଷରେ ସୁବଧୋଙ୍କ ସଂପର୍କୀୟଙ୍କ ବନ୍ଧୁ ଦିଲ୍ଲୀପ ଭଞ୍ଜ ଓ ଅଗ୍ନିଶମ ଟିମ ପୁଣି ଥରେ ଉପରକୁ ଯାଇଥିଲେ। ଦିଲ୍ଲୀପ ଯୁବକ ଜଣଙ୍କୁ ସୁବଧୋ ଭାଇ ବୋଲି ଡାକିଥିଲେ ଓ ତମର ସାତ ମାସର କୁନି ଝିଅ ଏବଂ ଘର ପରିବାର ଓ ସ୍ତ୍ରୀ ଅପେକ୍ଷା କରିଛନ୍ତି ବୋଲି କହିଥିଲେ । ଏହା କହିବା ପରେ ଯୁବକ ଜଣଙ୍କ ନରମିଥିଲେ, କହିଥିଲେ ପୋଲିସ ମୋତେ ପିଟା ପିଟି କରିବ ନାହିଁ ତ। ମୋତେ ଅନ୍ୟପଟେ ବାହର କରି ନେଇଯାଅ। ଏହି ସମୟରେ ପାଠାଗାରର ଛାତ ଉପରକୁ ଆଗ୍ନିକ କାଶ୍ୟପ ପଟ୍ଟନାୟକ ସାହସିକତା ଦେଖାଇ ଲମ୍ପ ମାରି ଯୁବକ ଜଣଙ୍କୁ କାବୁ କରିଥିଲେ। କିଛି ସମୟରେ ଛକପଞ୍ଝା ପରେ ଯୁବକ ଜଣଙ୍କୁ କାବୁ କରିଥିଲା ଟିମ୍।

ଆଉ ଶେଷରେ ଅପରେସନ ସଫଳ ହୋଇଥିଲା ଏବଂ ଅକ୍ଷତ ଅବସ୍ଥାରେ ତାଙ୍କୁ ଛାତ ଉପରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଯୁବକ ଜଣଙ୍କୁ କାଳେ କିଏ ଆକ୍ରମଣ କରିବ ସେ ନେଇ ପୋଲିସ କଡା ସୁରକ୍ଷା ବଳୟରେ କ୍ୟାପିଟାଲ ହସପିଟାଲକୁ ଚିତ୍କିସା ପାଇଁ ନେଇଥିଲେ। ପ୍ରଥମେ କ୍ୟାପିଟାଲ ହସପିଟାଲରେ ଚିତ୍କିସା ଓ ପରେ ଏସସିବି ମେଡିକାଲକୁ ଚିତ୍କିସା ପାଇଁ ପଠାଇ ଦିଆ ଯାଇଥିଲା। ଏହାରି ଭିତରେ ତାଙ୍କର ପୁରା ଠିକଣା ମିଳିଥିଲା।

ତାଙ୍କ ନାମ ହେଉଛି ସୁବୋଧ ବାରିକ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ପ୍ରହରାଜପୁରରେ ସୁବୋଧଙ୍କ ଗାଁ । ୨୦୦୧ପେ ପୋଷ୍ଟାଲ ଡିପାର୍ଟମେଣ୍ଟରେ ଚାକିରୀ କରୁଥିଲେ। ରାଜନଗର ଅଞ୍ଚଳରେ ମହୁ ଡାକ ପୋଷ୍ଟ ଅଫିସର ଡାକ ବାହକ ଭାବରେ ଚାକିରୀ କରୁଥିଲେ । ତାଙ୍କର ମାନସିକ ସ୍ଥିତି ଠିକ ନଥିବାରୁ ଔଷଧ ଖାଉଥିଲେ। ପରେ ଠିକ ସମୟରେ ଔଷଧ ନ ଖାଇବାରୁ ଦେହ ଖରାପ ହେବା ପରେ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏ ନେଇ ଡାକ ବିଭାଗକୁ ଜଣାଇ ଦିଆଯାଇଥିଲା। ଏ ନେଇ ସୁବୋଧଙ୍କ ସ୍ଥାନରେ ଅନ୍ୟ ଜଣେ କାମ କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କାମ କରୁଥିବା ବ୍ୟକ୍ତି ଜଣଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ସୁବୋଧଙ୍କୁ ଡାକ ବିଭାଗ ପକ୍ଷରୁ କାରାଣ ଦର୍ଶାଅ ନୋଟିସ ହୋଇଥିଲା। ସୁବୋଧ ଚିକିତ୍ସିତ ହେଉଥିବା ବେଳେ ନୋଟିସର ଉତ୍ତର ଦେଇ ପାରି ନଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଚାକିରୀ ପଳାଇ ଯାଇଥିଲା।

ଏହାପରେ ମାନସିକ ଭାରସାମ୍ୟ ହରାଇ ଗତ ମାସେ ହେବ ଘର ଛାଡି ଭୁବନେଶ୍ୱର ପଳାଇ ଆସିଥିଲେ। ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଭୁବନେଶ୍ୱରର ସଂପର୍କୀୟଙ୍କ ଘରକୁ ଆସି ପୋଷ୍ଟ ଅଫିସରେ ମଧ୍ୟ ଜଣାଇ ଥିଲେ। ଭୁବନେଶ୍ୱରରେ ବୁଲାବୁଲି କରିବା ନେଇ ତାଙ୍କ ପରିବାରକୁ ଖବର ଦେବା ପରେ ତାଙ୍କ ପରିବାର ଲୋକ ନୟାପଲ୍ଲୀ ଥାନାରେ ନିଖୋଜ ସଂପର୍କରେ ଁତଲା ମଧ୍ୟ ଦେଇଥିଲେ । ପୋଲିସ ଖୋଜା ଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ଶୁକ୍ରବାର ସକାଳ ୯ଟା ସମୟରେ ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଘଣ୍ଟେ କି ଦୁଇ ଘଣ୍ଟା ନୁହଁ ଲଗାତର ୫ ଘଣ୍ଟା  ଧରି ଅପସରେସନ ପରେ ଯୁବକ ଜଣଙ୍କୁ ସୁରକ୍ଷିତ ଓ ଅକ୍ଷତ ଅବସ୍ତସ୍ଥାରେ ଉଦ୍ଧାର କରିଥିଲା ଫାୟାର ଟିମ। ଆସନ୍ତାକାଲି ବାଣୀବିହାରରେ ପ୍ଳାଟିନମ ଜୁବୁଲି ଆରମ୍ଭ ହେବାକୁ ଥିବା ବେଳେ ଯୁବକ ଜଣଙ୍କର ଏପରି କାଣ୍ଡକୁ ନେଇ ସଭିଁଏ ଟେନସନରେ ଥିଲେ । ଏବେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି ।

Leave a Reply