ସମ୍ବଲପୁରରେ ଜୋର୍‌ ଧରିଲା ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି, ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ତ୍ବେ ଜାରି ରହିଛି ଆନ୍ଦୋଳନ

ସମ୍ବଲପୁର: ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ତ୍ବେ ସମ୍ବଲପୁରରେ ଜାରି ରହିଛି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । ଓକିଲ ଦମନ ନୀତି ବିରୋଧରେ ଆଜି ସମ୍ବଲପୁରରେ ଆଇନଜୀବୀ କରିଛନ୍ତି ପ୍ରବଳ ପ୍ରତିବାଦ । ବ୍ୟାରିକେଡ୍ ଭାଙ୍ଗି କୋର୍ଟ ପରିସରକୁ ଧସେଇ ପଶିଛନ୍ତି ଆନ୍ଦୋଳନକାରୀ ଆଇନଜୀବୀ । ଏଥିସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ସମ୍ବଲପୁରର କଚେରୀ ଛକ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨୦ ଜଣ ଏସଆଇ ଓ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୨ ପ୍ଲାଟୁନ ରାପିଡ୍ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି ।