ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କଲା ବୋହୂ

 ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗ୍ରାମରେ ଅଭାବନୀୟ ଘଟଣା। ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କଲା ବୋହୂ। ମୃତ ବ୍ୟକ୍ତିଙ୍କ ନାମ ପବନା ହାତୀ। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଶ୍ୱଶୁରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବୋହୂ ରୂପା ହାତୀ ଫେରାର ହୋଇଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛି।

ସୂଚନା ଅନୁସାରେ ଗତକାଲି ରାତିରେ ଶ୍ୱଶୁର ପବନା ହାତୀ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ବୋହୂ ରୂପା ଅତର୍କିତ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲା। ଏକ ଟାଙ୍ଗିଆରେ ତାଙ୍କ ବେକକୁ ପଛପଟୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ୨ ଦିନ ତଳେ ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ସମୟରେ ଶ୍ବଶୁର ଓ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ରୂପା ନିଜ ବାପଘରକୁ ଚାଲିଯିବା ପାଇଁ ବାହାରିଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଅଟକାଇଥିଲେ। ତେବେ ଗତକାଲି ରାତିରେ ହଠାତ୍ ରୂପା ନିଜ ଶ୍ଵଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି।

Leave a Reply