ବିଜେପିର ଗୁଣ୍ଡାରାଜ୍ ବିରୋଧରେ ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

1 min read

ଭୁବନେଶ୍ୱର: ବିଜେପି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ । ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ କରିଛି ବିଜେଡି । ଆକ୍ରମଣକୁ ବିରୋଧ କରି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛି ବିଜେଡି । ଗୁଣ୍ଡାରାଜ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ପରାଜୟ ଭୟରେ ବିଜେପି ସାରା ରାଜ୍ୟରେ ହିଂସାକୁ ଆଦରି ନେଇଛି ବୋଲି ଦଳ ଅଭିଯୋଗ କରିଛି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ପାରିବ ନାହିଁ । ଶୋଚନୀୟ ପରାଜୟ ଆଡକୁ ମୁହାଁଉଥିବାରୁ ୟୁପି, ବିହାର ଭଳି ଓଡ଼ିଶାରେ ହିଂସା ରାଜନୀତି କରିବାକୁ ପଛାଉନାହିଁ । ବିଜେଡି ଏହା ବିରୋଧରେ ଦୃଢ଼ ପ୍ରତିବାଦ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ ନେବାକୁ ଦାବି କରିଛି ।

https://youtu.be/CJ-Tiis2JYs

ପଞ୍ଚାୟତ ନିର୍ବାଚନ ସମୟରେ ରକ୍ତମୁଖା ହୋଇପଡ଼ିଛି ବିଜେପି । ଭଦ୍ରକରେ ପଦାରେ ପଡିଛି ବିଜେପିର ଅସଲ ଭଦ୍ରମୁଖା । ଧାମନଗର ଦଳାଙ୍ଗରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ପିଟି ପିଟି ହତ୍ୟା କରିଥିଲେ ବିଜେପି କର୍ମୀ । ସେହିପରି ନିମାପଡ଼ା, ବ୍ରହ୍ମଗିରି, ବରଗଡ଼, ନୀଳଗିରି, ଭଦ୍ରକ, ଆରଡ଼ି, ପାଟକୁରା, କୁଚିଣ୍ଡା ସମେତ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ନିର୍ବାଚନ ହାରିବା ଭୟରେ ହିଂସାକୁ ଓହ୍ଲାଇଥିଲେ । କେଉଁଠି ବିଜେଡି କର୍ମୀଙ୍କୁ ଆକ୍ରମଣ ତ କେଉଁଠି ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ବିଜେପିର ଏହି ଗୁଣ୍ଡାଗିରିକୁ ନେଇ ବିଜେଡି ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଆଜି ପୁଣି କାର୍ଯ୍ୟାନୁଷ୍ଠାନ ଦାବିରେ ଦଳ ତରଫରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ କମିଶନଙ୍କୁ ଦାବିପତ୍ର ଦିଆଯିବ ।

Leave a Reply