ବଢୁଛି ଶୀତ, ୧୪ ଡିଗ୍ରୀ ତଳେ ୯ ସହରର ତାପମାତ୍ରା

ଭୁବନେଶ୍ବର: କମୁଛି ତାପମାତ୍ରା, ବଢୁଛି ଶୀତ । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଡିଗ୍ରୀ ତଳେ ରହିଥିଲା ୯ ସହରର ତାପମାତ୍ରା ।

ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଜି.ଉଦୟଗିରିରେ ୮ଡିଗ୍ରୀ, ଫୁଲବାଣୀ ୧୦ଡିଗ୍ରୀ, କୋରାପୁଟ ୧୦ଡିଗ୍ରୀ, ଦାରିଙ୍ଗବାଡି ୧୦.୫ ଡିଗ୍ରୀ, ଭବାନୀପାଟଣାରେ ୧୨ ଡିଗ୍ରୀ, ବୌଦ୍ଧରେ ୧୨ଡିଗ୍ରୀ, ଝାରସୁଗୁଡାରେ ୧୩.୨ଡିଗ୍ରୀ, କେନ୍ଦୁଝରରେ ୧୩.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଥିବା ଘୂର୍ଣ୍ଣିବଳୟ ଘନେଇବାରେ ଲାଗୁଛି ।

ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବ । କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତରେ ପରିଣତ ହେବ ।