spot_img

Latest Posts

Corona Effect: ତେଲେଙ୍ଗାନାରେ ବନ୍ଦ ହେଲା ସମସ୍ତ ଶିକ୍ଷାନୁଷ୍ଠାନ

ହାଇଦ୍ରାବାଦ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବଢ଼ିବାରେ ଲାଗିଛି । ତେଲେଙ୍ଗାନାରରେ ମଧ୍ୟ ଏହା ହୁ ହୁ ହୋଇ ବଢ଼ବାରେ ଲାଗିଛି । ବିଷେଷ କରି ଛାତ୍ରଛାତ୍ରୀମାନେ ବେଶି ସଂକ୍ରମିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ରାଜ୍ୟର ଗତ ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାରଠୁ ଅସ୍ଥାୟୀ ଭାବେ ବନ୍ଦକରିବାକୁ ଘୋଷଣା କରିଥିଲେ । ତେବେ ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ହୋଇଛି ।  ତେବେ ଅନଲାଇନ କ୍ଲାସ ଜାରି ରହିବ ଏବଂ ପରୀକ୍ଷା ଘୁଞ୍ଚାଇବା ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ ।

ରାଜ୍ୟ ବିଧାନସଭାରେ ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦିରା ରେଡ୍ଡୀ କହିଛନ୍ତି ଯେ ଏହି ବନ୍ଦ ଆଦେଶ ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଏବଂ ଗୁରୁକୁଲ ପ୍ରତିଷ୍ଠାନ ଉପରେ ଲାଗୁ ହେବ। କିନ୍ତୁ ମେଡିକାଲ କଲେଜଗୁଡ଼ିକରେ ଲାଗୁ ହେବ ନାହିଁ। ଛାତ୍ରମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କୋଭିଡ -19 ମାମଲାରେ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅସ୍ଥାୟୀ ବନ୍ଦ କରିବାକୁ ଦାବି କରିଛନ୍ତି। ତେଣୁ ସମୀକ୍ଷା ପରେ ରାଜ୍ୟ ସରକାର ମାର୍ଚ୍ଚ ୨୪ ରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ , ଗତ କିଛିଦିନ ମଧ୍ୟରେ ତେଲେଙ୍ଗାନାର ବିଭିନ୍ନ ଘୋରଇ ସ୍କୁଲ, କଲେଜ ଓ ହଷ୍ଟେଲରୁ ପାକାପାଖି ୬୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋିଛନ୍ତି । ତେଣୁ ଅଭିଭାବକ ମାନେ  ନିଜ ପିଲାଙ୍କୁ ସ୍କୁଲ ପଠାଇବା ନେଇ ଚିନ୍ତା ପ୍ରକଟ କରିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ପାଇଁ ଦୀର୍ଘ ୧୦ ମାସ ହେଲା ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଗତ ଫେବୃଆରୀ ୧ ରେ ଖୋଲିଥିଲା । ହେଲେ ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀର ପ୍ରଭାବ ହେତୁ ମାତ୍ର ୫୧ ଦିନରେ ହିଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଟାନଗୁଡ଼ିକୁ ପୁଣିଥରେ ଅସ୍ଥାୟୀ ଭାବେ ବନ୍ଦ କରି୍ଦିଆଯାଇଛି ।

Latest Posts

Don't Miss