ତେଲେଙ୍ଗାନା ରାଜ୍ୟ ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟ କୁମାରଙ୍କ ପୁଅଙ୍କ ଦାଦାଗିରି, ସହପାଠୀଙ୍କୁ ମାରିଲେ ମାଡ଼

ହାଇଦ୍ରାବାଦ: ବିଜେପି ନେତାଙ୍କ ପୁଅଙ୍କ ଦାଦାଗିରି । ତେଲେଙ୍ଗାନା ରାଜ୍ୟ ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟ କୁମାରଙ୍କ ପୁଅ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ହାଇଦ୍ରାବାଦର ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ମାଡ଼ ମାରିବାର ଭିଡିଓ ହୋଇଥିଲା ଭାଇରାଲ । ବିଜେପି ନେତାଙ୍କ ପୁଅ ବାନ୍ଦି ଭାଗୀରଥି ସାଇ ସ୍ଥାନୀୟ ମହିନ୍ଦ୍ରା ବିଶ୍ବବିଦ୍ୟାଳୟରେ ପଢ଼ନ୍ତି । ତେବେ କୌଣସି କାରଣରୁ ସହପାଠୀ ଛାତ୍ରଙ୍କୁ ଭାଗୀରଥି ଓ ତାଙ୍କ ସାଙ୍ଗମାନେ ଚାପୁଡ଼ା ମାରିଥିଲେ । ଏହି ମାଡ଼ର ଭିଡିଓ ଭାଇରାଲ ହୋଇଥିଲା । ଛାତ୍ରଜଣକ କାକୁତି ମିନତି କରିଥିଲେ ମଧ୍ୟ ସେମାନେ ଛାଡ଼ି ନଥିଲେ ।

ଜଣେ କ୍ଲାସମେଟଙ୍କ ଭଉଣୀଙ୍କୁ ସେହି ଛାତ୍ରଜଣକ ଦୁର୍ବବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ସେମାନେ ଆଇନକୁ ହାତକୁ ନେଇ ଛାତ୍ରଜଣକୁ ପିଟିଥିବା ସୂଚନା ମିଳିଛି । ସେପଟେ ଏହି ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଦୋଷ ଦେଇଛନ୍ତି ରାଜ୍ୟ ବିଜେପି ମୁଖ୍ୟ ସଞ୍ଜୟ କୁମାର । ଏହାରି ମୂଳରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।