ଏସିଆରେ ତିନିଥର ହୋଇଛି ବିଶ୍ୱକପର ଆୟୋଜନ, ୨ ଥର ଚମ୍ପିଆନ ହୋଇଛନ୍ତି ଏସୀୟ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଦିନିଆକିଆ ବିଶ୍ୱକପ୍ ୨୦୨୩ର ଆରମ୍ଭ ୫ ଅକ୍ଟୋବରରୁ ଭାରତର ଅହମ୍ମଦାବାଦ ଷ୍ଟାଡିମୟରେ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚମ୍ପିଆନ ଏବଂ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହା ଚତୁର୍ଥ ଥର ଅଟେ ଯେବେ ଦିନିକିଆ ବିଶ୍ୱକପର ଆୟୋଜନ ଏସୀୟ ମାଟିରେ ହେଉଛି । ଏହା ପୂର୍ବରୁ ତିନିଥର ଏସିଆରେ ଦିନିକିଆ ବିଶ୍ୱକପ୍ ଖେଳାଯାଇଛି ଏବଂ ଭାରତୀୟ ଦଳ ପ୍ରତିଥର ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଛି । ଗୋଟେଥର ଭାରତ ଫାଇନାଲରେ ସ୍ଥାନ ବନାଇବା ସହ ଟାଇଟଲ୍ ମଧ୍ୟ ନିଜ ନାଁରେ କରିଥିଲା । ତେବେ ଆସନ୍ତୁ ଜାଣିବା ଏସିଆରେ ହୋଇଥିବା ବିଶ୍ୱକପରେ କେଉଁ ଦଳ କିଭଳି ପ୍ରଦର୍ଶନ କରିଥିଲେ ।

୧୯୮୭ରେ ପ୍ରଥମ ଥର ପାଇଁ ଦିନିଆକିଆ ବିଶ୍ୱକପର ଆୟୋଜନ ଏସୀୟ ମାଟିରେ ହୋଇଥିଲା । ଭାରତ ଏବଂ ପାକିସ୍ତାନ ମିଶି ଟୁର୍ଣ୍ଣାମେଣ୍ଟର ଆୟୋଜନ କରଥିଲେ । ଦୁଇଦଳ ସେମିଫାଇନାଲରେ ପହଞ୍ଚିବାରେ ସଫଳ ମଧ୍ୟ ହୋଇଥିଲେ । ଅବସ୍ୟ, ଉଭୟଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଟାଇଟଲ୍ ପାଇଁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହୋଇଥିଲା । ଅଷ୍ଟ୍ରେଲିଆ ୭ ରନ୍ ବ୍ୟବଧାନରେ ମ୍ୟାଚ୍ ଟିକୁ ଜିତିନେଇଥିଲା ଏବଂ ପ୍ରଥମ ଥର ବିଶ୍ୱକପ୍ ଟାଇଟଲ ନିଜ ନାଁରେ କରିଥିଲା । ଏହି ବିଶ୍ୱକପରେ ସବୁଠୁ ଅଧିକ ୪୭୧ ରନ୍ ଇଂଲଣ୍ଡର ଗ୍ରାହମ ଗୁଚ ବନାଇଥିଲେ । ସେହିପରି ସବୁଠୁ ଅଧିକ ୱିକେଟ୍ ଅଷ୍ଟ୍ରେଲିଆର କ୍ରାଗ ମାକଡରମାଟ ନେଇଥିଲେ ।

୧୯୯୬ ମସିହାରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପର ଆୟୋଜନ ଏସୀୟ ମାଟିରେ ହୋଇଥିଲେ । ଏଥର ଭାରତ ଏବଂ ପାକିସ୍ତାନ ସହ ଶ୍ରୀଲଙ୍କାକୁ ମଧ୍ୟ ଆୟୋଜନର ସୁଯୋଗ ମିଳିଥିଲା । ଭାରତ ଏବଂ ଶ୍ରୀଲଙ୍କା ଦଳ ସେମିଫାଇନାଲରେ ସ୍ଥାନ ବନାଇବାରେ ସଫଳ ହୋଇଥିଲେ, କିନ୍ତୁ ପାକିସ୍ତାନର ଯାତ୍ରା ଏହା ପୂର୍ବରୁ ହିଁ ସମାପ୍ତ ହୋଇଯାଇଥିଲା । ପୁଣି ଗୋଟେଥର ଭାରତକୁ ସେମିଫାଇନାଲରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଫାଇନାଲ୍ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଶ୍ରୀଲଙ୍କା ଦଳ ୭ ୱିକେଟରେ ବିଜୟୀ ହୋଇଥିଲା । ଏହି ବିଶ୍ୱକପରେ ସର୍ବାଧିକ ୫୨୩ ରନ୍ ସଚିନ ତେନ୍ଦୁଲକର କରିଥିଲେ । ସେହିପରି ସବୁଠୁ ଅଧିକ ୧୫ଟି ୱିକେଟ୍ ଅନିଲ କୁମ୍ବଲେ ନେଇଥିଲେ ।

୨୦୧୧ରେ ତୃତୀୟ ଥର ଦିନିକିଆ ବିଶ୍ୱକପର ଆୟୋଜନ ଏସିଆରେ ହୋଇଥିଲା । ଏଥର ଭାରତ ସହ ଶ୍ରୀଲଙ୍କା ଏବଂ ବାଂଲାଦେଶ ସହ ଆୟୋଜକ ଥିଲେ । ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ସ୍ଥାନ ବନାଇଥିଲେ । ସେମିରେ ଭାରତ ପାକିସ୍ତାନକୁ ଏବଂ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଥିଲେ । ଫାଇନାଲ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ଦ୍ୱିତୀୟଥର ବିଶ୍ୱକପ୍ ନିଜ ନାଁରେ କରିଥଲା । ସବୁଠୁ ଅଧିକ ୨୧ ୱିକେଟ୍ ଜାହିର ଖାନ ଏବଂ ଶାହିଦ ଆଫ୍ରିଦୀ ନେଇଥିଲେ । ସେହିପରି ସର୍ବାଧିକ ୫୦୦ ରନ୍ ତିଲକରତ୍ନେ ଦିଲଶାନ ବନାଇଥିଲେ ।

ଏବେ ଚତୁର୍ଥଥର ପାଇଁ ଦିନିକିଆ ବିଶ୍ୱକପର ଆୟୋଜନ ଏସିଆରେ ହେଉଛି । ଏପରି ସ୍ଥିତିରେ ଗତ ରେକର୍ଡକୁ ଦେଖିଲେ ଏହା କୁହାଯାଇପାରେ ଯେ ଭାରତୀୟ ଦଳ ସହଜରେ ସେମିଫାଇନାଲରେ ସ୍ଥାନ ବନାଇନେବ । ଏହାପରେ ଭାରତ ପାଇଁ ସମସ୍ୟା ଆସିପାରେ । କାରଣ ଗତ କିଛି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ନକାଉଟ୍ ମୁକାବିଲାରେ ପରାଜୟର ସାମ୍ନା ହେଉଛି । ଚଳିତଥର ଟିମ ଇଣ୍ଡିଆକୁ ଏହି ଦୂର୍ବଳତାକୁ ଦୂର କରିବାକୁ ହେବ । ଭାରତୀୟ କ୍ରୀଡ଼ା ପ୍ରଶଂସକ ଆଶା କରଛନ୍ତି ଯେ ଚଳିତଥର ଭାରତ ବିଶ୍ୱକପ୍ ବିଜୟୀ ହେବ ।