ଦ୍ୱିତୀୟ ଦିନରେ କଳିଙ୍ଗରେ କମାଲ କରିବ ଟିମ୍ ଇଣ୍ଡିଆ

1 min read

ଭୁବନେଶ୍ବର: ନଭେମ୍ବର ୨୪ରୁ ଆରମ୍ଭ ହୋଇଛି ହକି ଜୁନିଅର ବିଶ୍ବକପ । ଉଦଘାଟନୀ ଦିନରେ ଡିଫେଡିଂ ଚମ୍ପିଆନ ଭାରତ ଭେଟିଥିଲା ଫ୍ରାନ୍ସକୁ । ତେବେ ଏହି ମ୍ୟାଚକୁ ୫-୪ ଗୋଲରେ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଶେଷ ଦୁଇ ମିନିଟରେ ଦୁଇଟି ଗୋଲ କରିବା ସତ୍ତ୍ବେ ମ୍ୟାଚରେ ବିଜୟ ଲାଭ କରି ପାରିନଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ମ୍ୟାଚରେ ପରାଜୟ ପରେ ଆଜି ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ଦ୍ବିତୀୟ ମ୍ୟାଚରେ ଆଜି କାନାଡାକୁ ଭେଟିବ ଟିମ୍ ଇଣ୍ଡିଆ ।

ଏହି ମ୍ୟାଚ ଆଜି ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଖେଳାଯିବ । ତେବେ ପ୍ରଥମ ମ୍ୟାଚରେ ପରାଜୟ ପରେ ଆଜି ଦ୍ବିତୀୟ ମ୍ୟାଚରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ କାନାଡା କଥା କହିବା ଯଦି କାନାଡା ମଧ୍ୟ ତା’ର ପ୍ରଥମ ମ୍ୟାଚ ପରାଜୟ ବରଣ କରିଛି । ପୋଲାଣ୍ଡଠାରୁ ୧-୦ ଗୋଲରେ ପରାସ୍ତ ହୋଇଛି କାନାଡା । ତେଣୁ ଆଜିର ମ୍ୟାଚକୁ ଜିତିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ । ଅନ୍ୟପକ୍ଷରେ ଜୁନିଅର ବିଶ୍ବକପର ଆଜି ଦ୍ବିତୀୟ ଦିନର ସମସ୍ତ ମ୍ୟାଚରେ ଗୋଲ ବର୍ଷା ହୋଇଥିଲା । ତେଣୁ ଆଜି ଦିନର ଶେଷ ମ୍ୟାଚରେ ବି ଭାରତ କାନାଡା ବିପକ୍ଷରେ ଗୋଲ ବର୍ଷା କରିବ ବୋଲି ଆଶା କରାଯାଉଛି ।

 

 

Leave a Reply