ନିରଞ୍ଜନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଏବଂ ଇସ୍ତଫା କଥା ସ୍ପଷ୍ଟ କଲେ ତାରା ବାହିନିପତି

ଜୟପୁର: କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଦଳୀୟ ବିଧାୟକ ତାରା ବାହିନିପତି ।  ନିର୍ବାଚନରେ ବହୁବାର ହାରିଥିବା ଏବଂ ଅମାନତ ହରାଇଥିବା ନେତାଙ୍କୁ ଯଦି ପିସିସି ସଭାପତି କରାଯାଏ, ତେବେ ଦଳ ଆଗକୁ କେମିତି ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରତି ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ କମିବାରେ ଲାଗିଛି । ସେଥିପାଇଁ ରାଜ୍ୟ ପ୍ରଭାରୀ ଠାରୁ ଆରମ୍ଭ କରି ସମସ୍ତେ ଦାୟୀ ।

ଏହାସହ ସେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦୋଇଥିବା କଥାକୁ ଆଜି ସ୍ପଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ସରୁ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ବି ଭୁଲ କରିଛନ୍ତି ପିସିସି ସଭାପତି ବୋଲି କହିଛନ୍ତି ତାରା । ସେ ଜଣେ ବରିଷ୍ଠ କଂଗ୍ରସ ନେତା ଓ ବହୁ ଥର ବିଧାୟକ ହୋଇଛନ୍ତି । ସେ କଣ କହିଦେଲେ ବୋଲି ତାଙ୍କୁ କାରଣ ଦର୍ଶାଓ ନୋଟିସ୍ ମାଗିବା ଠିକ ନୁହଁ ବୋଲି କହିଛନ୍ତି । ଜଣେ ବିଧାୟକଙ୍କୁ ପିସିସି ସଭାପତି କରିବା ଦାବି ପୁଣି ଦୋହରାଇଛନ୍ତି ତାରା । ତାଙ୍କୁ ପିସିସି ସଭାପତି ଦେଲେ ସେ ଭାର ଗ୍ରଣ କରିବେ କିନ୍ତୁ କାହାକୁ ମାଗିବେ ନାହିଁ । କାହାର ପ୍ରଭାବରେ ସେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇନଥିବା କହିଛନ୍ତି ।

ସେ ଏଣିକି କୋରାପୁଟ ଜିଲ୍ଲାର ସଂଗଠନ ସହିତ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ଲୋକଙ୍କ ପାଖରେ ପହଞ୍ଚିବାକୁ ସେ ଇସ୍ତଫା ଦେଇଥିବା ଆଜି କହିଛନ୍ତି ତାରା ପ୍ରସାଦ ବାହିନିପତୀ । ସେ ଏ ନେଇ ସମସ୍ତ ବିଷୟ ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କୁ କହିଥିବା ବେଳେ ରାହୁଳ ଗାନ୍ଧୀ ଓ ସୋନିଆ ଗାନ୍ଦୀ ଯାହାକୁ ପିସିସି କରିବେ ତାହାକୁ ଏବେ ନଜର ।

ଏଥିସହିତ ପଢ଼ନ୍ତୁ: ଇଦ୍ ଉଲ୍ ଫିତର ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା