spot_img

Latest Posts

ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା ଗ୍ରୁପ୍‌, ଗୋଟିଏ ଗ୍ରୁପରେ ଭାରତ ଏବଂ ପାକିସ୍ତାନ

ନୂଆଦିଲ୍ଲୀ: ଟି-୨୦ ବଶ୍ୱକପ୍‌ ମୁକାବିଲା ପାଇଁ ଘୋଷଣା ହେଲା ଗ୍ରୁପ୍‌। ଇଣ୍ଟରନ୍ୟାସନାଲ କ୍ରିକେଟ ଏକାଡେମି ICC ଏହି ଘୋଷଣା କରିଛି। ଶୁକ୍ରବାର ଓମାନରେ ଏହି ଗ୍ରପ୍‌ ପ୍ରସ୍ତୁତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଭାରତର ଚିତ ପ୍ରତିଦ୍ୱନ୍ଦି ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି। ଭାରତ ଏବଂ ପାକିସ୍ତାନ ସୁପର ୧୨ ରେ ଗ୍ରୁପ-୨ ରହିଛନ୍ତି।  ଶେଷ ଥର ପାଇଁ ଉଭୟ ଦଳ ୨୦୧୯ ODI ବିଶ୍ୱକପରେ ଆମ୍ନାସାମ୍ନା ହୋଇଥିଲେ, ଯେଉଥିରେ ଭାରତ ବିଜୟ ହାସଲ କରିଥିଲା।

କରୋନା ମହାମାରୀ କାରଣରୁ ୧୭ ଅକ୍ଟୋବର ଠାରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଭାରତ ବଦଳରେ ୟୁଏଇ ଏବଂ ଓମାନରେ ଟି-୨୦ ବିଶ୍ୱକପ ଖେଳାଯିବ। ଆଇସିସି ଅଧିକାରୀଙ୍କ ସହ ଓମାନରେ ଅନୁଷ୍ଠିତ ସମାରୋହରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ମଧ୍ୟ ଭାଗ ନେଇଥିଲେ। ଆସନ୍ତା ସପ୍ତାହରେ ଟି-୨୦ ବିଶ୍ୱକପ୍‌ର ମ୍ୟାଚ୍ ସୂଚୀ ପ୍ରକାଶ ପାଇବ।

ଓମାନ ଏବଂ ୟୁଏଇରେ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ଆଠଟି କ୍ୱାଲିଫଇଂ ଦଳ ଅଂଶଗ୍ରହଣ କରିବେ। ଏହି ୮ଟି ଟିମରୁ ୪ ଟି ଦଳ ସୁପର ୧୨ ରାଉଣ୍ଡରେ ପହଞ୍ଚିବେ। ପ୍ରଥମ ରାଉଣ୍ଡରେ ଥିବା ଆଠଟି ଦଳ ମଧ୍ୟରେ ବାଂଲାଦେଶ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ ଏବଂ ପାପୁଆ ନ୍ୟୁ ଗିନି ଅନ୍ତର୍ଭୁକ୍ତ। ନଭେମ୍ବର ୧୪ ରେ ଟୁର୍ନାମେଣ୍ଟର ଫାଇନାଲ ଖେଳାଯିବ।

Latest Posts

Don't Miss