ନନ୍ଦିଘୋଷ ବ୍ୟୁରୋ: (NEET) ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କଂଗ୍ରେସ ସହିତ ଅନ୍ୟ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ପ୍ରତିବାଦ କରାଯିବା ପରେ, ବୁଧବାର ଦିନ ବିରୋଧୀ ଦଳର ବହୁ ନେତା କଳା ପୋଷାକ ପିନ୍ଧି ସଂସଦରେ ପହଞ୍ଚିଥିଲେ। ସୁରକ୍ଷାବଳଙ୍କ ଦ୍ୱାରା ଛାତ୍ର ଏବଂ ସାଂସଦମାନଙ୍କ ସହ ହୋଇଥିବା କଥିତ ଦୁର୍ବ୍ୟବହାରର ପ୍ରତିବାଦରେ ନେତାମାନେ ଏହି କଳା ପୋଷାକ ପିନ୍ଧି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ପ୍ରତିବାଦରେ କଂଗ୍ରେସ, ସମାଜବାଦୀ ପାର୍ଟି (SP) ଏବଂ ତୃଣମୂଳ କଂଗ୍ରେସ (TMC)ର ସାଂସଦମାନେ ଶାମିଲ ହୋଇଥିଲେ।
କେ. ସି. ଭେଣୁଗୋପାଳ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କ ଟ୍ୱିଟ୍ର ଜବାବ ଦେଇ ସେ କହିଛନ୍ତି, “ଶିକ୍ଷାମନ୍ତ୍ରୀ ପଦରେ ରହିବା ପାଇଁ ତାଙ୍କର କୌଣସି ନୈତିକ ଅଧିକାର ନାହିଁ।

