Sushant Singh Rajput Case : ରିୟାଙ୍କୁ CBIର ଜେରା ଆରମ୍ଭ,ନୋଟିସ ପଠାଇବ NCB

1 min read

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ସିବିଆଇ ତଦନ୍ତର ଅଷ୍ଟମ ଦିନ । ଆଜି ସିବିଆଇ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀକୁ ପଚରାଉଚରା କରିବା ପାଇଁ ଡାକିଛି । ଏହା ପୂର୍ବରୁ ଗତ ଗୁରୁବାରକୁ ସିବିଆଇ ସୌଭିକକୁ ୧୪ ଘଣ୍ଟା ପଚରାଉଚରା କରିଥିଲା । ଏହା ସହିତ ଗୁରୁବାରକୁ ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ଇଡି ସମନ ପଠାଇଥିଲା ।

ରିୟାଙ୍କ ଉପରେ ବର୍ଷିଲେ ସୁଶାନ୍ତଙ୍କ ସଂପର୍କୀୟ ଭାଇ

ସୁଶାନ୍ତଙ୍କ ସଂପର୍କୀୟ ଭାଇ ନୀରଜ ସିଂ ବବୁଲ ରିୟାଙ୍କ ଉପରେ ବର୍ଷିଛନ୍ତି । ତାଙ୍କ କହିବା ମୁତାବକ ରିୟା ସୁଶାନ୍ତଙ୍କୁ ହାଇଜ୍ୟାକ କରି ରଖିଥିଲେ ଏବଂ ସୁଶାନ୍ତଙ୍କୁ ଶେଷ କରି ଦେବାର ଯୋଜନା କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁରେ ରିୟାଙ୍କ ଭୂମିକାର ତୁରନ୍ତ  ତଦନ୍ତ କରାଯାଉ ବୋଲି ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।

ସୁଶାନ୍ତ ମୃତ୍ୟୁ ମାମଲାରେ  ତଦନ୍ତକୁ ଅଧିକ ଗୁରୁତ୍ୱ ଦେଇଛି ଏନସିବି । ଆଜି ରିୟା ଏବଂ ଭୌଭିକକୁ NCB ସମନ ପଠାଇପାରେ । ନିକଟରେ ରିୟାଙ୍କର କିଛି ହ୍ୱାଟ୍ସାଆପ ମେସେଜ ଭାଇରାଲ ହେଉଛି, ଯେଉଁଥିରେ ଡ୍ରଗ୍ସ କାରବାରକୁ ନେଇ ଆଲୋଚନା ହୋଇଛି । ଏହି କାରଣରୁ ରିୟାଙ୍କ ଡ୍ରଗ୍ସ କାରବାରକୁ ନେଇ NCB ତଦନ୍ତ କରିବ ।

୩ଟିମ କରୁଛି ସୁଶାନ୍ତ ମୃତ୍ୟୁ ମାମଲାର ପଚରା ଉଚରା

ଆଜି ସିବିଆଇର ୩ଟି ଟିମ ପଚରାଉଚରା କରୁଛି । ପ୍ରଥମ ଟିମ ନୀରଜ,ସିଦ୍ଧାର୍ଥ ପିଠାନୀ,ସାମୁଏଲ ମିରାଣ୍ଡାଙ୍କୁ ପଚରାଉଚରା କରୁଥିବା ବେଳେ ଦ୍ୱିତୀୟ ଟିମରେ ସିବିଆଇ SITର ଏସପି ରିୟାଙ୍କୁ ପଚରାଉଚରା କରୁଛନ୍ତି । ତୃତୀୟ ଟିମ ରିୟାଙ୍କ ଭାଇ ସୌଭିକକୁ ପଚରାଉଚରା କରୁଛି ।

ସିବିଆଇ ଟିମ ଶୁଣିଲେ ରିୟାଙ୍କ ସାକ୍ଷାତକାର

ଗୁରୁବାରକୁ ରିୟା ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ଉପରେ ସମସ୍ତଙ୍କ ନଜର ରହିଥିଲା । ସିବିଆଇ ଟିମ ମଧ୍ୟ ରିୟାଙ୍କ ଏହି ସାକ୍ଷାତକାର ଦେଖିଥିବା କୁହାଯାଉଛି ।

Leave a Reply