Sushant Singh Rajput Case : ମୃତ୍ୟୁର ପୂର୍ବ ଦିନ ବନ୍ଦ ଥିଲା ସୁଶାନ୍ତଙ୍କ ରୁମ୍ ଲାଇଟ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁମ୍ବାଇରେ ବିଭିନ୍ନ ଦିଗରୁ ଛାନଭିନ୍‌ କରୁଛି ସିବିଆଇ । ଏହାକୁ ନେଇ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଖବର । ଏହା ପୂର୍ବରୁ ଆମେ ଆପଣଙ୍କୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଉପରେ ସିବିଆଇ ସନ୍ଦେହ କରୁଥିବା ଖବର ଦେଇଥିଲୁ । କିନ୍ତୁ ଏବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଥିବା ଏକ ଜରୁରୀ ଖବର ବିଷୟରେ ଆସନ୍ତୁ ଆଲୋଚନା କରିବା ।

ଖବର ଅନୁସାରେ ଏବେ ସାମ୍ନାକୁ ଆସିଛି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବଦିନ ସୁଶାନ୍ତ ରହୁଥିବା ଘରର ଲାଇଟ୍ ବନ୍ଦ ଥିଲା ।  ସୁଶାନ୍ତଙ୍କ ପଡ଼ୋଶୀ ଜଣେ ମହିଳା ଏବାବଦରେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଆଗରୁ ସୁଶାନ୍ତ ରହୁଥିବା ବିଲ୍ଡିଂର କ୍ୟାମେରା ବନ୍ଦ ଥିଲା ବୋଲି ଖବର ଆସୁଥିଲା । ଏବେ ତାଙ୍କ ଘର ଲାଇଟ୍ ବନ୍ଦ ହେବା ମାମଲାକୁ ଅଧିକ ରହସ୍ୟମୟ କରୁଛି ।

ସୁଶାନ୍ତଙ୍କ ମାମଲାରେ ପଡ଼ୋଶୀଙ୍କ ବୟାନ

ପଡ଼ୋଶୀଙ୍କ କହିବା ଅନୁସାରେ ୧୩ ଜୁନ ରାତିରେ ସୁଶାନ୍ତଙ୍କ ଫ୍ଲାଟ୍ ଲାଇଟ୍ ବନ୍ଦ ଥିଲା ।  କେବଳ ରୋଷେଇ ଘରର ଲାଇଟ ଜଳୁଥିଲା । ତେବେ ଏହା ପୂର୍ବରୁ ଏଭଳି ଘଟଣା ସୁଶାନ୍ତଙ୍କ ବିଲଡିଙ୍ଗରେ କେବେ ମଧ୍ୟ ଦେଖିବାକୁ ମିଳିନାହିଁ । ପ୍ରାୟ ଭୋର ୪ଟା ପର୍ଯ୍ୟନ୍ତ ସୁଶାନ୍ତଙ୍କ ରୁମ୍  ଲାଇଟ ଅନ୍ୟଦିନ  ଜଳୁଥାଏ ବୋଲି ମହିଳା ଜଣକ କହିଛନ୍ତି ।  କିନ୍ତୁ ୧୩ ଜୁନକୁ ରାତି ୧୦ଟା ୩୦ରେ ରୁମ୍ ଲାଇଟ ବନ୍ଦ ହୋଇ ଯାଇଥିଲା । ସେହି ରାତିରେ ତାଙ୍କ ଘରେ କୌଣସି ପ୍ରକାରର ପାର୍ଟି ନଥିଲା ।  ମହିଳାଙ୍କ ଏହି  ବୟାନ  ସିବିଆଇକୁ ଏକ ସୁରାକ୍ ‌ଦେଇ ସାରିଛି । ଏବେ ଏହି ବୟାନକୁ ଆଧାର କରି ସିବିଆଇ ତଦନ୍ତ କରିବ ।
ଅନ୍ୟ ପକ୍ଷରେ ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ ଉପରେ ଅଧିକ ଜୋର ଦେଇଛି । ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ସିବିଆଇ ଉପସ୍ଥିତ ଅଛି । ପ୍ରାୟ ୧୨ ଫରେନ୍ସିକ ଏକ୍ସପର୍ଟ ଓ ୬ରୁ ୮ ଜଣ ସିବିଆଇ ଅଫିସର ସୁଶାନ୍ତଙ୍କ ମୃତ୍ୟୁର ଦୃଶ୍ୟକୁ ରିକ୍ରିଏଟ କରିବା ପାଇଁ ସେଠାରେ ପହଂଚିଛନ୍ତି । ଏହି ପୂରା ତଦନ୍ତର ଭିଡ଼ିଓ ମଧ୍ୟ କରାଯାଉଛି । ଦୃଶ୍ୟ ରିକ୍ରିଏଟ ପାଇଁ ଡମି ବ୍ୟବହାର କରାଯିବ । ତେବେ ସିବିଆଇ ଟିମ ବ୍ୟତୀତ ସୁଶାନ୍ତଙ୍କ ରୋଷେୟା ଏବଂ ତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ ମଧ୍ୟ ଉପସ୍ଥିତ ଅଛନ୍ତି ।

Leave a Reply