Sushant Singh Rajput Case: ରିୟାଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସୁଶାନ୍ତ, ସାମ୍ନାକୁ ଆସିଲା ସତ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ କଥାର ଖୁଲାସା ହେଉଛି । ନିକଟରେ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରିୟା ବାରମ୍ବାର କହୁଛନ୍ତି କି ସୁଶାନ୍ତଙ୍କ ଟଙ୍କାରେ ସେ ବଞ୍ଚୁ ନଥିଲେ । କିନ୍ତୁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଏଭଳି ଖବର ମିଳିଛି, ଯାହା ରିୟାଙ୍କୁ ଭୁଲ ପ୍ରମାଣିତ କରୁଛି ।

ଗଣମାଧ୍ୟମର ସୂଚନା ଅନୁସାରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ହୋଇଥିବା ଟ୍ରାଞ୍ଜାକ୍ସନରୁ ଜଣା ପଡୁଛି ଯେ,  ଗତ ୧୦ ମାସରେ ୪ କୋଟି ୫୦ ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଛି । ଏହି ଟଙ୍କା ଯାତ୍ରା, ଆରାମ ଦାୟକ ଜୀବନ ବିତାଇବା, ଦାନ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଇଛି । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଏହି ଖର୍ଚ୍ଚ ମଧ୍ୟରୁ ଅଧିକ ଟଙ୍କା ରିୟା ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ପାଇଁ ଖର୍ଚ୍ଚ କରାଯାଇଛି ।  ରିୟା ଏବଂ ସୌଭିକଙ୍କ ପାଇଁ ଏକାଧିକ ସମୟରେ ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିପାଇଁ ଭ୍ରମଣରେ କେବଳ ୪୨ ଲକ୍ଷ, ମହାରାଷ୍ଟ୍ରର ଏକ ଫାର୍ମହାଉସରେ ୩୩ ଲକ୍ଷ ଏବଂ ବ୍ୟକ୍ତିଗତ ଭାବରେ ୧.୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ତେବେ ଏହି ସମସ୍ତ ଖର୍ଚ୍ଚ ମଧ୍ୟରେ ରିୟା ଏବଂ ସୌଭିକଙ୍କ ଖର୍ଚ୍ଚ ମଧ୍ୟ ସାମିଲ ରହିଛି ।

Leave a Reply