ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର

ଭୁବନେଶ୍ୱର: ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର  । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି  । ରାଜ୍ୟ ସୂଚନା କମିଶନରର ନୂଆ ସଦସ୍ୟ ଭାବେ ସୁଶାନ୍ତ ମହାନ୍ତି ନିଯୁକ୍ତ ହୋଇଛନ୍ତି  ।

ଉଲ୍ଲେଖଯୋଗ୍ୟ, ୨୦୨୦ ମାର୍ଚ୍ଚ ୧୮ ତାରିଖରେ ୩ଟି ସୂଚନା କମିଶନର ପଦବୀ ନିମନ୍ତେ ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ। ସୁଶାନ୍ତ କୁମାର ମହାନ୍ତି ହେଲେ ନୂଆ ରାଜ୍ୟ ସୂଚନା କମିଶନର । ରାଜ୍ୟ ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୁଶାନ୍ତ କୁମାର ମହାନ୍ତି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଝରି ସାମ୍ବାଦିକତା ସହ ଜଡ଼ିତ ଅଛନ୍ତି । ସେ ଦୈନିକ ସମାଜର କ୍ରୀଡ଼ା ସାମ୍ବାଦିକ ଭାବେ କ୍ୟାରିଅର ଆରମ୍ଭ କରିବା ସହ ବିଭିନ୍ନ ପଦପଦୀରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ସମାଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ସୁଶାନ୍ତ କୁମାର ମହାନ୍ତି ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛନ୍ତି । ରାଜ୍ୟ ସୂଚନା କମିଶନର ଭାବେ ନୂଆ ଦାୟିତ୍ବ ମିଳିବା ପରେ ସୁଶାନ୍ତ କୁମାର ମହାନ୍ତିଙ୍କ ପାଖକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି ।