ଟି-୨୦ ଫର୍ମାଟ; ରିଜୱାନଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍

1 min read

ନନ୍ଦିଘୋଷ ବ୍ୟୁରୋ: ସୂର୍ଯ୍ୟକୁମାର ଯାଦବ ହେଲେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଟି-ଟ୍ୱେଣ୍ଟି ଫର୍ମାଟରେ ସୂର୍ଯ୍ୟକୁମାର ସମସ୍ତଙ୍କୁ ପଛରେ ପକାଇ ନମ୍ବର ଓ୍ୱାନ ହୋଇଛନ୍ତି । ଗତ କିଛି ସମୟ ଧରି ଚତ୍ମକାର ଫର୍ମରେ ଅଛନ୍ତି ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ନିଜର ଦମଦାର ପ୍ରଦର୍ଶନ ବଳରେ ସୂର୍ଯ୍ୟକୁମାର ଯାଦବ ଖୁବ କମ ଦିନ ଭିତରେ ଏତେ ବଡ଼ ସଫଳତା ପାଇପାରିଛନ୍ତି ।

ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ଟି-୨୦ ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି। ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ଓପନିଂ ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ଵାନଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଦ୍ଵିତୀୟ ଭାରତୀୟ ବ୍ୟାଟସମ୍ୟାନ ଭାବେ ସୂର୍ଯ୍ୟ ଏହି ସଫଳତା ହାସଲ କରିଛନ୍ତି।