ବିବାହ ବିଚ୍ଛେଦକୁ ନେଇ ବଡ଼ ରାୟ : ସୁପ୍ରିମକୋର୍ଟରୁ ମିଳିବ ଇନଷ୍ଟାଣ୍ଟ ଡିଭୋର୍ସ

ନୂଆଦିଲ୍ଲୀ :  ବିବାହ ବିଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଧାରା ୧୪୨ ଆଧାରରେ ତତ୍କାଳ ମିଳିପାରିବ ଛାଡ଼ପତ୍ର । ଭବିଷ୍ୟତରେ ସମ୍ପର୍କ ସୁଧୁରିବାର କୌଣସି ଆଶା ନଥିଲେ ନ୍ୟାୟାଳୟ ତତ୍କାଳ ବିବାହକୁ ରଦ୍ଦ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଜି ଏକ ମାମଲାର ଶୁଣାଣି ବେଳେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଉଭୟ ପକ୍ଷ ସହମତିରେ ଛାଡପତ୍ର ଆବେଦନ କରିଥିଲେ କିଛି ବିଷୟକୁ ଗୁରୁତ୍ବର ସହ ନେବା ପରେ ଆଉ ୬ ମାସ ସମୟ ଦେବା ଆବଶ୍ୟକ ନାହିଁ । ଛାଡ଼ପତ୍ର ଆଇନରେ ଦିଆଯାଇଥିବା ୬ମାସ ଅବଧିକୁ ହଟାଇ ଦିଆଯାଇପାରେ ।

ମାତ୍ର ସୁପ୍ରିମକୋର୍ଟ ଧାରା ୧୪୨ର ବ୍ୟବହାରକୁ ଅତି ସଂଯମତାର ବ୍ୟବହାର କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି । ମାମଲାର ଶୁଣାଣି ବେଳେ ରକ୍ଷଣାବେକ୍ଷଣ, ଭରଣପୋଷଣ ଓ ପିଲାଙ୍କ ଦାୟିତ୍ବକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଜଷ୍ଟିସ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖନ୍ନା, ଏ ଏସ୍ ଓକା, ବିକ୍ରମ ନାଥ ଓ ଜେକେ ମାହେଶ୍ବରୀଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।