ଦିଲ୍ଲୀର ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ମାମଲା, ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

1 min read

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଅଭିଯାନ ମାମଲା । ଆଜି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତକାଲି ଏହି ଅଭିଯାନ ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । ଗତକାଲି ବିଜେପି ନିୟନ୍ତ୍ରଣାଧୀନ ଉତ୍ତର ଦିଲ୍ଲୀ ମହାନଗର ନିଗମର-ଏନଡିଏମସି  ନିର୍ଦ୍ଦେଶରେ  ବ୍ୟାପକ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ଅଭିଯାନ ପାଇଁ ଜାହାଙ୍ଗୀରପୁରୀରେ ପହଞ୍ଚିଥିଲା ବୁଲଡୋଜର୍ । ଜାହାଙ୍ଗୀରପୁରୀରେ ଦଙ୍ଗା ଅଭିଯୁକ୍ତଙ୍କ ବେଆଇନ ନିର୍ମାଣ ଚିହ୍ନଟ କରି ସେଗୁଡିକୁ ଭାଙ୍ଗିବା ପାଇଁ ଦିଲ୍ଲୀ ବିଜେପି ମୁଖ୍ୟ ଅଦେଶ ଗୁପ୍ତା ନିଗମର ମେୟର ରାଜା ଇକବଲ ସିଂହଙ୍କୁ ଚିଠି ଲେଖିଥିଲେ ।

ଦିଲ୍ଲୀ ବିଜେପି ମୁଖ୍ୟଙ୍କ ଚିଠି ପରେ ନିଗମ ପକ୍ଷରୁ  ଆରମ୍ଭ ହୋଇଥିଲା ଜବରଦଖଲ ଉଚ୍ଛେଦ ଅଭିଯାନ । ମାତ୍ର ଜବରଦଖଲ ଉଚ୍ଛେଦର ଟାଇମିଂକୁ ନେଇ ପ୍ରଶ୍ନ ଉଠିଲା ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ମାମଲା । ଜବରଦଖଲ ଉଚ୍ଛେଦ ଏକ ନିୟମିତ କାମ ବୋଲି ଏନଡିଏମସି ସଫେଇ ଦେଇଥିବା ସତ୍ତ୍ବେ ଯଥାସ୍ଥିତି ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ  । କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଏନଏମଡିସି ପକ୍ଷରୁ ଜାରି ରହିଥିଲା ଜବରଦଖଲ ଉଚ୍ଛେଦ ।