ବଢ଼ିଲା ନୀରବ ମୋଦିଙ୍କ ଅଡୁଆ, ସିବିଆଇର ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆଉ ୫ ସହଯୋଗୀଙ୍କ ନାଁ

ମୁମ୍ବାଇ : ଦେଶର ଅନ୍ୟତମ ସର୍ବବୃହତ୍ ବ୍ୟାଙ୍କ ସ୍କାମ୍ ତଥା ୧୩ ହଜାର କୋଟିର ପିଏନବି ସ୍କାମ ମାମଲାରେ ମୁମ୍ବାଇର ସ୍ପେସାଲ୍ ସିବିଆଇ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହୋଇଛି । ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆଉ ୫ ଜଣଙ୍କ ନାଁ ସାମିଲ କରାଯାଇଛି । ଏଥିରେ ନୀରବ ମୋଦିଙ୍କ ଭାଇ ତଥା ହୀରା ବ୍ୟବସାୟୀ ନେହଲ ମୋଦିଙ୍କ ନାଁ ସାମ୍ନାକୁ ଆସିଛି ।


ଏହାସହ ପିଏନବିର ନିଲମ୍ବିତ ଡିଜେଏମ୍ ସଂଜୟ ପ୍ରସାଦ, ପୂର୍ବତନ ଉପସଭାପତି ଅମିତ ମାଗିଆ, ନିର୍ଦ୍ଦେଶକ ସଂଦୀପ ମିସ୍ତ୍ରୀ ଓ ହଂକଂରେ ନୀରବଙ୍କ ବ୍ୟବସାୟ ଦେଖୁଥିବା ମିହିର ଭନସାଲୀ ପ୍ରମୁଖଙ୍କ ନାଁ ସିବିଆଇ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦର୍ଶାଇଛି । ପୂର୍ବରୁ ୨୫ ଜଣଙ୍କୁ ସିବିଆଇ ନିଜ ଚାର୍ଜସିଟରେ ଅଭିଯୁକ୍ତ ବୋଲି ଦର୍ଶାଇଥିଲା । ଏବେ ଏଥିରେ ଆଉ ୫ ଜଣଙ୍କ ନାଁ ସାମିଲ କରିଛି ।


ଏହାସହ ଭାରତ ଆସିଲେ ଜଣେ ନିର୍ଦ୍ଦେଶକଙ୍କୁ ହତ୍ୟା ଧମକ ଅଭିଯୋଗରେ ନୀରବଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ସିବିଆଇ ପକ୍ଷରୁ ରୁଜୁ କରାଯାଇଛି ।

Leave a Reply