ନଭେମ୍ବରରେ ଆସିବ ଅତିରିକ୍ତ ବଜେଟ

ଭୁବନେଶ୍ବର: ଆସନ୍ତା ନଭେମ୍ବରରେ ଆଓିବ ଅତିରିକ୍ତ ବଜେଟ । ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂରୀକରଣ, କୃଷକ ଆୟ ବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ବଜେଟରେ ଦିଆଯିବ ଫୋକସ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ପ୍ରସ୍ତାବ ଦେବାକୁ ସମସ୍ତ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ଭିତ୍ତିଭୂମି ତଥା ଆୟ ଉତ୍ସ ଅଧିକ ଥିବା କ୍ଷେତ୍ରକୁ ଗୁରୁତ୍ବ ଦେବାକୁ କହିଛନ୍ତି ବିଶେଷଜ୍ଞ ।

ଜୁଲାଇରେ ପୁଣ୍ଣାଙ୍ଗ ବଜେଟ ଆଣିବା ପରେ ଆସନ୍ତା ବଜେଟ ଲାଗି ପ୍ରକ୍ରିୟା ଆରମ୍ଭ କରିଛି ଅର୍ଥ ବିଭାଗ । ୩୧ ତାରିଖ ସୁଦ୍ଧା ଯୋଜନା ଓ ସଂଯୋଜନା ବିଭାଗକୁ ପ୍ରସ୍ତାବ ଦେବାକୁ ସମସ୍ତ ବିଭାଗକୁ ଲେଖାଯାଇଛି ଚିଠି । ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂରୀକରଣ, କୃଷକ ଆୟ ବୃଦ୍ଧି, ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ଦିଆଯାଇଛି ଫୋକସ । ଯୁକ୍ରେନ-ଋଷ ଯୁଦ୍ଧ, କରୋନା ମହାମାରୀ, ବିଶ୍ବ ଅର୍ଥନୈତିକ ସଂକଟ ସତ୍ତ୍ବେ ରାଜ୍ୟର ରାଜସ୍ବ ୧୬ ପ୍ରତିଶତ ବୃଦ୍ଧି ପାଇଛି । ଓଡ଼ିଶାରେ ସଠିକ ଅର୍ଥନୈତିକ ପରିଚାଳନା କରାଯିବା ସହ ନୂଆ ଯୋଜନା ଆଣିବା ଲାଗି ପ୍ରତିଶ୍ରୁତିବଦ୍ଧ ରାଜ୍ୟ ସରକାର ।

କେନ୍ଦ୍ରୀୟ ଯୋଜନାରୁ କିପରି ରାଜ୍ୟ ଭାଗ ଅଧିକ ହେବ ତାହା ଉପରେ ପ୍ରାଥମିକତା ଦେବାକୁ ଅର୍ଥନୈତିକ ବିଶେଷଜ୍ଞ ଦେଇଛନ୍ତି ପରାମର୍ଶ । ଭିତ୍ତିଭୂମି ତଥା ଆୟ ଉତ୍ସ ଅଧିକ ଥିବା କ୍ଷେତ୍ରକୁ ଗୁରୁତ୍ବ ଦେବାକୁ କହିଛନ୍ତି ବିଶେଷଜ୍ଞ । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା କିମ୍ବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଯୋଜନା ବି ବଜେଟରେ ହେବ ସ୍ପଷ୍ଟ ।