ସୁପର-୮ରେ ଭାରତ ଏହିସବୁ ସମସ୍ୟାର ସମ୍ମୁଖୀନ ହେବନି ତ ?

1 min read

ନନ୍ଦିଘୋଷ ବ୍ୟୁରୋ: ଲିଗରେ ଭାରତର ବିଜୟ ପରେ ଏବେ ସୁପର-୮ରେ କିଭଳି ପ୍ରଦର୍ଶନ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ତାହେଲେ ଅଧିକାଂଶ ଖେଳାଳି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯଦିଓ କଷ୍ଟେମଷ୍ଟେ ଦଳ ବିଜୟୀ ହୋଇଛି ତଥାପି ସମସ୍ତ ଖେଳାଳି ଫର୍ମ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ଯେଉଁସବୁ ଖେଳାଳିମାନେ ଦଳକୁ ନିଶ୍ଚିତ ବିଜୟୀ କରାଇବେ ବୋଲି ଆଶା ରଖାଯାଉଥିଲା ସେମାନେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛନ୍ତି ।

ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ଲିଗରେ କୌଣସି ଭଲ ପ୍ରଦର୍ଶନ କରିନଥିଲେ । ସୁପର-୮ରେ ଅଷ୍ଟ୍ରେଲିଆ, ବାଲାଂଦେଶ ଏବଂ ଆଫଗାନିସ୍ତାନ ସହ ଭାରତ ଭେଟିବାକୁ ଯାଉଛି । ଏବେ ଏହି ୩ ଦଳ ଦମଦାର ଫର୍ମରେ ରହିଛନ୍ତି । ସେପଟେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନେ ଧୂଆଁଦାର ବ୍ୟାଟିଂ କରୁଥିବାବେଳେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି ।