ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଗୋଲକାରୀ ତାଲିକାର ଦ୍ୱିତୀୟ ସ୍ଥାନରେ ସୁନୀଲ ଛେତ୍ରୀ,ମେସି ପଛରେ

ଭାରତୀୟ ଷ୍ଟ୍ରାଇକର ସୁନୀଲ ଛେତ୍ରୀ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇ ସର୍ବାଧିକ ସକ୍ରିୟ ଗୋଲ ସ୍କୋରକାରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । 36 (ଛତିଶ) ବର୍ଷିୟ ଛେତ୍ରୀ ସୋମବାର ମିଳିତ ଫିଫା ବିଶ୍ୱକପ 2022 ଏବଂ ଏଫସି ଏସୀୟ କପ 2023 ର ଯୋଗ୍ୟତା/ପ୍ରବେଶିକା ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ 2 ଗୋଟି ଗୋଲ କରିଥିଲେ |

ଛେତ୍ରୀଙ୍କ ବାଂଲାଦେଶ ବିରୋଧରେ ଦୁଇଟି ଗୋଲ ସହିତ ଆନ୍ତର୍ଜାତୀୟ ଫୁଟବଲରେ ତାଙ୍କ ଗୋଲ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି | ଗତ ୬ ବର୍ଷରେ ବିଶ୍ୱକପ କ୍ୱାଲିଫାୟରରେ ଭାରତର ପ୍ରଥମ ବିଜୟର ନାୟକ ସକ୍ରିୟ ଗୋଲ ସ୍କୋରର ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋଙ୍କ ପଛରେ ଅଛନ୍ତି।ରୋନାଲ୍ଡୋଙ୍କ ନାମରେ ୧୦୩ ଗୋଲ୍ ରହିଛି । ଛେତ୍ରୀ ବାର୍ସିଲୋନା ତାରକା ମେସିଙ୍କ ଠାରୁ ଦୁଇଟି ଗୋଲ ଏବଂ ୟୁଏଇର ଅଲି ମାବଖାଉଟ୍ ଠାରୁ ଗୋଟିଏ ଗୋଲ୍ ଆଗରେ ଅଛନ୍ତି । ଏବଂ 73 ( ତେସ୍ତୋରି ) ଗୋଲ ଦେଇ ମାବକାଉଟ୍ ତୃତୀୟ ସ୍ଥାନରେ ରହିଛି | ଗତ ଗୁରୁବାର ଚିଲି ବିପକ୍ଷ ବିଶ୍ୱକପ ଯୋଗ୍ୟତା ମ୍ୟାଚରେ ମେସି ନିଜର 72 ( ବାସ୍ତରି) ତମ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିବାବେଳେ ମାବକାଉଟ୍ ମାଲେସିଆ ବିପକ୍ଷରେ ଗୋଲ ର ସଂଖ୍ୟାକୁ ବଢାଇଥିଲେ |

ସୋମବାର ଦିନ ଜାସିମ ବିନ୍ ହେମାଡ ଷ୍ଟାଡିୟମରେ ୭୯ ମିନିଟରେ ଛେତ୍ରୀ ପ୍ରଥମ ଗୋଲ ସ୍କୋର କରିଥିଲେ ଏବଂ ଆଘାତ ସମୟରେ ଦ୍ୱିତୀୟ ଗୋଲ ସ୍କୋର କରି, ସେ ଭାରତର ବିଜୟ ନିଶ୍ଚିତ କରିଥିଲେ। ସର୍ବୋଚ୍ଚ ଗୋଲ ସ୍କୋରର ସର୍ବକାଳୀନ ତାଲିକାରେ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ପ୍ରବେଶ ପାଇଁ ଭାରତୀୟ ଅଧିନାୟକ ଆଉ କେବଳ ଗୋଟିଏ ଗୋଲ ଆବଶ୍ୟକ କରନ୍ତି । ସେ ହଙ୍ଗେରୀର ସାଣ୍ଡୋ କୋକସିସ୍, ଜାପାନର କୁନିଶିଜ୍ କାମୋଟୋ ଏବଂ କୁଏତର ବଶର ଅବଦୁଲ୍ଲାଙ୍କ ଠାରୁ କେବଳ ଗୋଟିଏ ଗୋଲ୍ ରେ ପଛରେ ଅଛନ୍ତି । ଏହି ତିନିଜଣ ସମାନ 75 ( ପଞ୍ଚୋସ୍ତୋରି) ଗୋଲ ସ୍କୋର କରିଛନ୍ତି।

ଦଳର ବିଜୟ ଏବଂ ଛେତ୍ରୀଙ୍କ ରେକର୍ଡ କୁ ନେଇ ଖୁସି ବ୍ୟକ୍ତ କରି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ( ଏ ଏଫ ଏଫ ) ସଭାପତି ପ୍ରଫୁଲ୍ଲ ପଟେଲ ଅଗ୍ରଣୀ ଭୂମିକା ପାଇଁ ଅଧିନାୟକଙ୍କୁ ପ୍ରଶଂସା କରିଥିଲେ | ପଟେଲ ଟୁଇଟ କରି କହିଛନ୍ତି, “ ଆମର ଅଧିନାୟକ ସୁନୀଲ ଛେତ୍ରୀ ଲିଓନେଲ ମେସିଙ୍କୁ ଅତିକ୍ରମ କରି 74 ଗୋଲ ଦେଇ ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଦ୍ଵିତୀୟ ସର୍ବାଧିକ ଗୋଲ ସ୍କୋରର ଆଉ ଏକ ବଡ ଉପଲବ୍ଧି ପ୍ରାପ୍ତ କରିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିନାୟକଙ୍କୁ ତାଙ୍କର ଏହି ଉପଲବ୍ଧି ପାଇଁ ଅନେକ ଅନେକ ଅଭିନନ୍ଦନ ଏବଂ ଭବିଷ୍ୟତରେ ଏହିପରି ସଫଳତା ପାଇଁ ଅନେକ ଶୁଭେଚ୍ଛା | ଏହି ବିଜୟ ସହିତ ଭାରତ ସାତୋଟି ମ୍ୟାଚ ରୁ ୬ ପଏଣ୍ଟ ପାଇଁ ଗ୍ରୁପ ଇରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି | ଭାରତର ପରବର୍ତ୍ତୀ ମ୍ୟାଚ ଜୁନ 15ରେ ଆଫ ଗାନିସ୍ତାନ ବିପକ୍ଷରେ ହେବ |

ଭାରତୀୟ ଅଧିନାଯକ କହିଛନ୍ତି ଯେ ସେ 10 ବର୍ଷ ପରେ ତାଙ୍କ ଗୋଲ ସଂଖ୍ୟା ଗଣିବେ । ସେ କହିଛନ୍ତି ଯେ, “ ମୁଁ ଗୋଲ ର ସଂଖ୍ୟାକୁ ଗଣେ ନାହିଁ | 10 ବର୍ଷ ପରେ ଆମେ ଏକାଠି ବସି ଆଲୋଚନା କରିବା ଏବଂ ଗଣିବା | ଆମେ ଅନେକ ସୁଯୋଗ ହାତଛଡା କରିଥିଲୁ | ଆମେ ଭଲ କରିପାରିଥାନ୍ତେ | ପଛକୁ ଚାହିଁଲେ ଦେଖାଯାଏ ଯେ ଆମେ ଏଥିରେ ବହୁତ ଭଲ କରିପାରିଥାନ୍ତେ | ଆମେ ଏହା ବିଷୟରେ ଆଲୋଚନା କରିବୁ କିନ୍ତୁ ମୁଁ ଖୁସି ଯେ ଆମେ ତିନି ପଏଣ୍ଟ ପାଇବାରେ ସକ୍ଷମ ହୋଇଛୁ |

Leave a Reply