ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ମିଳିବ ଖରାଛୁଟି

1 min read

ଭୁବନେଶ୍ୱର: ଖରାଛୁଟି ନେଇ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । କମିବ ଖରାଛୁଟି ସମୟ ସୀମା । ଜୁନ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ମିଳିବ ଖରାଛୁଟି । ପାଠପଢ଼ା ପାଇଁ ସ୍କୁଲରେ ଖରାଛୁଟ କାଟଛାଣ୍ଟ ନିଷ୍ପତ୍ତି । କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଠପଢ଼ା ହେବ ଭରଣା । ମେ’ ୧ତାରିଖରୁ ଜୁନ୍ ୫ଯାଏ ସକାଳ ୬ରୁ ୯ଟା ହେବ କ୍ଲାସ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ ।

ସେହିପରି ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରମୋସନ ହେବ । ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀର ନାମ ଲେଖା ପ୍ରକ୍ରିୟା ଶେଷ ହେବ । ସେହିପରି ନବମରୁ ଦଶମ ଶ୍ରେଣୀକୁ ଉନ୍ନୀତ ପ୍ରକ୍ରିୟା ମେ’ ୧୦ ସୁଦ୍ଧା ଶେଷ ହେବ । ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଦେବେ । ତେବେ ମେ’ ୧ରୁ ଜୁନ୍ ୫ ପର୍ଯ୍ୟନ୍ତ ହେବାକୁ ଥିବା ସକାଳୁଆ ସ୍କୁଲରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ରନ୍ଧା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ । ଓପେସା ପରାମର୍ଶ ଅନୁସାରେ ପ୍ରସ୍ତୁତ ହୋଇଛି LRP ।