spot_img

Latest Posts

ଆଜିଠାରୁ ଗୁରୁଦ୍ୱାରରେ ବାସନ ମାଜିବେ ପୂର୍ବତନ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ

ଚଣ୍ଡୀଗଡ:  ବଢିଲା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଅଡୁଆ।  ଆଜିଠାରୁ ଗୁରୁଦ୍ୱାରରେ ସେ ବାସନ ମାଜିବେ । କାରଣ ତାଙ୍କୁ ସିଖ୍‌ ସମ୍ପ୍ରଦାୟର ସବୁଠାରୁ ବଡ଼ ସଂସ୍ଥା ‘ଅକାଳ ତଖତ’ ‘ଧର୍ମୀୟ ଦଣ୍ଡ’ ଶୁଣାଇଛି । ଦୁଇ ମାସ ପୂର୍ବରୁ ’ଅକାଳ ତଖତ’ ତାଙ୍କୁ ତନଖୋୟା(ଧର୍ମୀୟ ମାମଲାର ଅପରାଧି) ଘୋଷିତ କରିଥିଲା। ‘ଅକାଳ ତଖତ’ର ଜଥେଦାର ଜ୍ଞାନୀ ରଘୁବୀର ସିଂହ ସଜା ଶୁଣାଇବା ସହ ବାଦଲଙ୍କୁ ସ୍ବର୍ଣ୍ଣ ମନ୍ଦିରରେ ଅଇଁଠା ବାସନ ଓ ଶୌଚାଳୟ ସଫେଇ କରିବାର ନିର୍ଦେଶ ଦେଇଛନ୍ତି। ଏହା ସହ ତାଙ୍କୁ ପଞ୍ଚ ସିଂହ ସାହିବଙ୍କ ଘର ବାହାରେ ସକାଳେ ଘଣ୍ଟାଏ ସେବାଦାରୀ କାମ ମଧ୍ୟ ଦେଇଛନ୍ତି। ‘ଅକାଳ ତଖତ’ ସଜା ଶୁଣାଇ ବାଦଲଙ୍କୁ ନିର୍ଦେଶ ଦେଇଛନ୍ତି, ତାଙ୍କୁ ସଜା ସମୟରେ ପ୍ରତିଦିନ ଗୁରୁଦ୍ବାରରେ କୀର୍ତ୍ତନ ଶୁଣିବାକୁ ହେବ।  ସୁଖବୀରଙ୍କ ସମେତ ୧୭ଜଣଙ୍କୁ ଏହି ଦଣ୍ଡ ଦିଆଯାଇଛି । ଏହି ଦଣ୍ଡ ଆଜି ଠାରୁ ଆରମ୍ଭ ହେବ ।

ନିଜ କାର୍ଯ୍ୟକାଳ ସମୟରେ ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ ଡେରା ସଚ୍ଚା ସୌଦାର ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାର ଅଭିଯୋଗ ମଧ୍ୟ ରହିଛି। ସୁଖବୀର ଗୋଲ୍ଡେନ୍ ଟେମ୍ପଲରେ ପଞ୍ଚ ସିଂହ ସହିବାନୋଙ୍କ ଆଗରେ ନିଜ ଭୁଲ ସ୍ବୀକାର କରିଛନ୍ତି। ସୁଖବୀର ସିଂହ ବାଦଲ କିଛି ଦିନ ପୂର୍ବରୁ  ହିଁ ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି। ଦଣ୍ଡଘୋଷଣା କରି ଜଥେଦାର ଜ୍ଞାନୀ ରଣବୀର ସିଂହ ଶିରୋମଣିତିନି ଦିନ ଭିତରେ ତାଙ୍କର ଇସ୍ତଫା ସ୍ବୀକାର କରି ପାର୍ଟିରେ ନୂଆ ଅଧ୍ୟକ୍ଷ ପାଇଁ ଆଗାମୀ ୬ ମାସ ଭିତରେ ନିର୍ବାଚନ ଶେଷ କରିବାକୁ ଅକାଳୀ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ।

Latest Posts

Don't Miss