ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ମହାନଦୀ ଫେରିଘାଟ ନିକଟରୁ ଦୁଇ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରି ସୁବଳୟା ପୋଲିସକୁ ହସ୍ତାନ୍ତର କରାଯାଇଛି । ଦୁଇ ମୃତକ ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ କରାଯାଉଛି । ଗତକାଲି ପୋଲିସ ଚଢ଼ାଉ କରି ୩ଟି ଗଞ୍ଜେଇ ଗାଡ଼ି ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଆଉ ଦୁଇଜଣ ଚମ୍ପଟ ମାରିଥିଲେ । ଅଭିଯୁକ୍ତ ଦ୍ୱୟ ନଦୀକୁ ଡେଇଁଥିବା ପଡ଼ିଥିବା ଚର୍ଚ୍ଚା ହୋଇଥିଲା । ମୃତଦେହ ଉଦ୍ଧାର କରି ଶବ ସଂରକ୍ଷଣ ଗୃହରେ ରଖି ତଦନ୍ତ କରୁଛି ପୋଲିସ ।

