ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ବରଗଡ଼: ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି । ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ପୁରୁଣା ହାଟପଦାରେ ପହଞ୍ଚି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ବରଗଡ଼ ଜିଲ୍ଲାପାଳ ମନୀଷା ବେନର୍ଜୀ ଓ ଏସପି ପି.ଏସ୍ ପୁରୋଷତ୍ତମ ଦାଶ ଓ ଧନୁଯାତ୍ରା ମହୋତ୍ସବ କମିଟିର ସଦସ୍ୟ ମାନେ ସାମିଲ ହୋଇଥିଲେ ।

ଚଳତବର୍ଷ ବରଗଡ଼ର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚ ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଧନୁଯାତ୍ରା ତାର ହୀରକ ଜୟନ୍ତୀ ପାଳନ କରିବ । ପୁଣିଥରେ କଂସ ଭୁମିକାରେ ଦେଖାଦେବେ ହୃଷିକେଶ ଭୋଇ । ଡିସେମ୍ବର ୨୭ରୁ ଜାନୁଆରୀ ୬ ଯାଏଁ ୧୧ ଦିନ ଧରି ଅନୁଷ୍ଠିତ ହେବ ଯାତ୍ରା । ବରଗଡ ସହର ପାଲଟିଯିବ ମଥୁରା ନଗରି ଲୋକ ପାଲଟିଯିବେ ମହାରାଜା କଂସଙ୍କର ପ୍ରଜା । ସେହିପରି ଅମ୍ବାପାଲି ମଧ୍ୟ ଗୋପପୁରରେ ପରିବର୍ତ୍ତନ ହେବ ଆଉ କୃଷ୍ଣ ଲୀଳାରେ ହଜିଯିବେ ଗୋପପୁରବାସୀ ।