କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ସୁବର୍ଣ୍ଣପୁର ଜିଲ୍ଲା ମହିଳା ବିଜେଡିର ବିକ୍ଷୋଭ: ଧାନ କିଣା ବକେୟା ଟଙ୍କା ଦେବାକୁ ଦାବି

1 min read

ସୁବର୍ଣ୍ଣପୁର: କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଡଙ୍ଗୁରିପାଲ୍ଲୀ ଏଫସିଆଇ ଗୋଦାମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବିଜେଡି ଜିଲ୍ଲା ମହିଳା ସଭାପତି ପଦ୍ମିନୀ ବଘାରଙ୍କ ନେତୃତ୍ୱରେ ମହିଳାମାନେ ପ୍ରଥମେ ଡଙ୍ଗୁରିପାଲ୍ଲୀ ଏଫ୍‌ସିଆଇ ଛକରୁ ଏକ ଶୋଭାଯାତ୍ରାରେ ବାହାରି  କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ସ୍ଳୋଗାନ୍ ଦେଇ ସହର ପରିକ୍ରମା କରିଥିଲେ । ପରେ ପରେ ଏଫସିଆଇ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଧାରଣାରେ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଜିଲ୍ଲା ଉପ ସଭାପତି ରମେଶ ପୁଝାରୀ, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ, ଡୁଙ୍ଗୁରିପାଲ୍ଲି ବ୍ଲକ ଅଦ୍ଧ୍ୟକ୍ଷ ମକରଧ୍ୱଜ ସାହୁଙ୍କ ସମେତ ଜିଲ୍ଲା ବିଜେଡି ଯୁବ ମୋର୍ଚ୍ଚା, ଛାତ୍ର ସଂଘ ସହିତ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଚାଷୀମାନଙ୍କ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି କର୍ମୀମାନେ ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ୨୦ଲକ୍ଷ ମେଟ୍ରିକ ଟନରୁ ୭ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେବି ଅଛି । ଏହି ୭ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କେନ୍ଦ୍ର ସରକାର କେବେ ନେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇନାହିଁ । ୨୦୧୧ ମସିହା ଠାରୁ ଓଡିଶା ଚାଉଳରେ ବଳକା ରାଜ୍ୟ ହୋଇପାରିଛି । କୃଷି ନୀତି, ଆଧୁନିକ ଯନ୍ତ୍ରପାତି, ଅମଳ କ୍ଷମ ବିହନ ଏହି ସବୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଧାନକିଣା ପ୍ରକ୍ରିୟା ୨୦୦୩-୨୦୦୪ରୁ ଓଡ଼ିଶା ସରକାର ସୁରୁଖୁରୁରେ ଚଳାଇ ଆସିଛନ୍ତି । ଡିଜିଟାଇଜେସନ, ମଣ୍ଡି, ଡିବିଟି ବ୍ୟବସ୍ଥା ହୋଇଛି । ଓଡିଶା ସରକାର ଋଣ ଆଣି ଧାନ କିଣନ୍ତି ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅର୍ଥ ଦିଅନ୍ତି । ଧାନ କିଣା ସରିବା ପରେ ଗତ ବର୍ଷର ୬ ହଜାର୫୭୦ କୋଟି ଟଙ୍କା କେନ୍ଦ୍ର ସରକାର ଦେଇନାହାନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟର ୪ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ

 

Leave a Reply