କରୋନା ମୁକ୍ତ ହେଲା ରାଜ୍ୟର ଏହି ଜିଲ୍ଲା…

Subarnapur First Covid19 Free Dist Of Odisha

 

ଭୁବନେଶ୍ୱର: ସଫଳ ହେଉଛି କରୋନା ମୁକାବିଲା ରଣନୀତି । ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ସଫଳତା । ମାର୍ଚ୍ଚ ୧୬ରୁ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେବେଠୁ ଚାଲିଛି କରୋନା ବିରୋଧୀ ଲଢ଼େଇ । ଲକଡାଉନ୍, ସଟଡାଉନ୍ ଭଳି କୋଭିଡ୍ ନିୟମ ଭିତରେ ଜୀବନ ବିତୁଥିବା ବେଳେ ମାସ୍କ ଓ ସାମାଜିକ ଦୂରତା କୋଭିଡ୍ ବିରୋଧରେ ଅସ୍ତ୍ର ପାଲଟିଛି । କଠୋର ଭାବେ ନିୟମ ଅନୁପାଳନ ଓ ଜନସାଧାରଣଙ୍କ ସହଯୋଗ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଆଣି ଦେଇଛି ସଫଳତା ।

Subarnapur First Covid19 Free Dist Of Odisha

ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ୱେବସାଇଟ୍ ମୁତାବକ, ସୁବର୍ଣ୍ଣପୁର ଜିଲ୍ଲାରେ ଡିସେମ୍ବର ୧୫ ତାରିଖ ମଙ୍ଗଳବାର ସୁଦ୍ଧା କେହି କରୋନା ଆକ୍ରାନ୍ତ ନାହାଁନ୍ତି । ଅର୍ଥାତ୍ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ସୁବର୍ଣ୍ଣପୁର କରୋନା ମୁକ୍ତ ହୋଇଛି । ଜିଲ୍ଲାରେ ଏଯାବତ୍ ୪ ହଜାର ୬୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୬୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଜିଲ୍ଲାରେ ମୋଟ ୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Subarnapur First Covid19 Free Dist Of Odisha

ସୁବର୍ଣ୍ଣପୁର ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କରୋନା ମୁକ୍ତ ହୋଇଥିବା ବେଳେ ଗଜପତି, କନ୍ଧମାଳ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ତଳେ ରହିଛି । ଆଶ୍ୱସ୍ତିର କଥା ହେଉଛି ଗତ ୨ ଦିନ ହେଲା ଏହି ୨ ଜିଲ୍ଲାରୁ କେହି ବି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି ।

Leave a Reply