କରୋନା ସଂକଟରେ ବଳି ପଡ଼ିବ କି କ୍ୟାରିଅର, ପରୀକ୍ଷା ବାତିଲ ପାଇଁ ସରକାରଙ୍କୁ ଗୁହାରୀ

1 min read

ଭୁବନେଶ୍ୱର: ପରୀକ୍ଷାର୍ଥୀଙ୍କୁ କରୋନା ଭୟ । ମେ’ରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀଙ୍କ ଦାବି । ନହେଲେ ବିକଳ୍ପ ଭାବେ ଅନଲାଇନ ମୋଡ୍‌ରେ କରିବାକୁ ଟ୍ରେଣ୍ଡ କରୁଛି #CancelBoardExam_2021 । ଟୁଇଟରରେ ଟ୍ରେଣ୍ଡ କରୁଥିବା ଏହି ହାସ୍‌ଟ୍ୟାଗ୍‌ରେ ସାମିଲ ହୋଇଛନ୍ତି ଲକ୍ଷାଧିକ ପରୀକ୍ଷାର୍ଥୀ । ଆସନ୍ତା ମେ’ରେ ସିବିଏସଇ ଓ ସିଆଇଏସିଇ ଦଶମ ଓ ଦ୍ୱାଦଶ ପିଲାଙ୍କ ପରୀକ୍ଷା ହେବ । ସମସ୍ତ କରୋନା କଟକଣାରେ ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

ପରୀକ୍ଷା ସେଣ୍ଟର ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବଢ଼ାଇ ଦିଆଯାଇଥିବା ବେଳେ ହଲ୍ ଭିତରେ ସାମାଜିକ ଦୂରତା ରକ୍ଷା କରାଯାଇ ସିଟ୍ ବ୍ୟବସ୍ଥା କରାଯାଇଛି । ଏହାସହ ସମସ୍ତ ଷ୍ଟାଫଙ୍କୁ ସାନିଟାଇଜ୍ କରାଯିବା ପରେ ପରୀକ୍ଷା ସେଣ୍ଟରରେ ପ୍ରବେଶ ଅନୁମତି ଦିଆଯିବ ବୋଲି ସିବିଏସଇର ଜଣେ ବରିଷ୍ଠ ଅଫିସର ସୂଚନା ଦେଇଛନ୍ତି । ହେଲେ ଦେଶରେ କରୋନା ସଂକ୍ରମଣ ଶିଖର ଛୁଇଁଥିବା ବେଳେ ପରୀକ୍ଷା ହଲରେ ସଂକ୍ରମଣ ବ୍ୟାପିବା ଭୟ ଥିବାରୁ ଏହାକୁ ବାତିଲ ବା ଅନଲାଇନରେ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

Leave a Reply