ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କରାଯିବ ଟିକାକରଣ

ଭୁବନେଶ୍ୱର: ଆଜିଠୁ ବିଦେଶରେ ରହି ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଟିକାକରଣ ଆରମ୍ଭ । ବିଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୯୨୯ରେ ପଞ୍ଜୀକରଣ କରାଯିବ । ଏହି ଛାତ୍ରଛାତ୍ରୀମାନେ ବିଦେଶକୁ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ତାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାସହ ରାଜଧାନୀ ଭୁବନେଶ୍ବରରେ କରୋନା ପଜିଟିଭିଟି ରେଟ ହ୍ରାସ ପାଇଛି । ଲକଡାଉନ୍ ଓ ସଟଡାଉନ୍ ଏହା ସଫଳ ହୋଇପାରିଛି । ଏଥି ପାଇଁ ଭୁବନେଶ୍ବରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ବିଏମସି ଅଞ୍ଚଳରେ ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ଗହଳି ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ । ଭୁବନେଶ୍ବରରେ ହସ୍ପିଟାଲରେ ବେଡ ଉପରୁ ଚାପ ହ୍ରାସ ପାଇଛି । ୨ହଜାରରୁ ଅଧିକ ବେଡ ଖାଲି ରହିଛି । ୭୫ରୁ ଅଧିକ ଆଇସିୟୁ ବେଡ ମଧ୍ୟ ଖାଲି ରହୁଛି । ବିଏମସିକୁ ସରକାର ୧୦୦ ଟି ଅକ୍ସିଜେନ କନସେନଟ୍ରେଟର ଦେଇଛନ୍ତି । ଏଥିପାଇଁ ଏକ ଆପ ପ୍ରସ୍ତୁତ କରାଯାଇଛି । ଲୋକେ ଫୋନ କରି ବୁକ କଲେ ବିଏମସି ତରଫରୁ ଘରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇଦିଆଯିବ । ଦୈନିକ ୪ହଜାରରୁ ଅଧିକ ଟେଷ୍ଟ ହେଉଛି । ୬୦ ବର୍ଷରୁ ଅଧିକ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କୁ ଡୋର ଷ୍ଟେପ ଟେଷ୍ଟିଂ ଚାଲୁଛି । ଜୁନ୍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଟିକା ଦିଆସରିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

ଏଥିସହିତ ପଢ଼ନ୍ତୁ: ଜୁନ ୧୦ରେ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ

Leave a Reply