spot_img

Latest Posts

ସ୍କୁଲକୁ ନାହିଁ ପକ୍କା ରାସ୍ତା, କାଦୁଅ ରାସ୍ତାରେ ବିଡିଓଙ୍କୁ ଚଲାଇଲେ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସ୍କୁଲକୁ ଭଲ ରାସ୍ତା ନ ଥିବାରୁ ଏହାର ପ୍ରତିବାଦରେ କଟକ – ଭୁବନେଶ୍ବର ରାସ୍ତା ଅବରୋଧ। ଯେ ପର୍ଯ୍ଯନ୍ତ ଦାବି ପୂରଣ ନ ହୋଇଛି, ସେ ପର୍ଯ୍ଯନ୍ତ ଧାରଣା  ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ। କଟକ ବାରଙ୍ଗ ବ୍ଲକ ଫୁଲପୋଖରୀ ସରକାରୀ ହାଇସ୍କୁଲର ପିଲାମାନେ ରାସ୍ତା ପାଇଁ କରିଛନ୍ତି ଆନ୍ଦୋଳନ। ପ୍ରତିବାଦ କରିବା ସହ ରାସ୍ତା ନିର୍ମାଣ ନେଇ ତହସିଲଦାର ଓ ବିଡିଓଙ୍କୁ ଚଲାଇ ଚଲାଇ ନେଲେ। ଅଭିଯୋଗ ଅନୁସାରେ ସ୍କୁଲକୁ ଭଲ ରାସ୍ତାଟେ ନାହିଁ। ଆଗରୁ ବାରମ୍ବାର ଅଭିଯୋଗ କରାଯାଇଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହି। ଏଥର ପୁଣି ବର୍ଷାରେ ଅବସ୍ଥା ଆହୁରି ଖରାପ ହୋଇ ଯାଇଛି। ତେଣୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ମରାମତି ଦାବି କରି ପିଲାମାନେ ପ୍ରଥମେ ସ୍କୁଲ ଆଗରେ ଧାରଣା ଦେଇଥିଲେ। କିନ୍ତୁ ୪ ଘଣ୍ଟା ପରେ ବି କୌଣସି ପ୍ରାଶାସନିକ ଅଧିକାରୀ ଆସିନଥିଲେ କି କୌଣସି ପ୍ରକାର ଆଲୋଚନା ହୋଇନଥିଲ।  ଏହା ପରେ ସେମାନେ ଆହୁରି ତାତିଥିଲେ। ସ୍କୁଲରେ ତାଲା ପକାଇ ଭୁବନେଶ୍ବର-କଟକ ରାସ୍ତା ଅବରୋଧ କରାଯାଇଛି।

Latest Posts

Don't Miss