ପଞ୍ଚମ ସେମିଷ୍ଟର ପରୀକ୍ଷାକୁ ନେଇ ବିବାଦ, ୧୮ ଘଣ୍ଟାରେ ପହଞ୍ଚିଲା ଛାତ୍ର ଆନ୍ଦୋଳନ

ବୁର୍ଲା: ୧୮ ଘଣ୍ଟାରେ ପହଞ୍ଚିଲା ଭିସୁଟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଭିସିଙ୍କ ସହ ଆଲୋଚନା ପରେ ବି ନିସ୍କର୍ଷ ବାହାରି ପାରି ନଥିବା ବେଳେ ଜିଦରେ ଅଟଳ ରହିଛନ୍ତି ବୁର୍ଲା ଭିସୁଟ ଛାତ୍ରଛାତ୍ରୀ । ଆସନ୍ତାକାଲି ସେମାନଙ୍କର ପଞ୍ଚମ ସେମିଷ୍ଟାର ପରୀକ୍ଷା ହେବାକୁ ଥିବାବେଳେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ମାତ୍ର ୫ ଦିନ ପୂର୍ବରୁ ଗୋଟିଏ ସେମିଷ୍ଟର ପରୀକ୍ଷା ସରିଥିବା ବେଳେ ସମୟ ନଦେଇ ତୁରନ୍ତ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଏହି ପରୀକ୍ଷା ଡିସେମ୍ବରରେ ହେବାକୁ ଥିଲା । ମାତ୍ର କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପରୀକ୍ଷା ସମୟ ଘୁଞ୍ଚାଇବା ସହ ଅନଲାଇନ ମାଧ୍ୟମରେ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । କିମ୍ବା ଛାତ୍ରଛାତ୍ରୀଙ୍କୁ ଗ୍ରେଡିଂ ହିସାବରେ ମାର୍କ ପ୍ରଦାନ ଦାବି ହୋଇଛି ।