MSP ଦୁଇଗୁଣା ବୃଦ୍ଧି ସହ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରାଯାଉ: ବିଜେଡି

1 min read

ଭୁବନେଶ୍ୱର: ଚାଷୀ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ବିଜେଡି ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଚାଷୀଙ୍କ ସହ ସବୁବେଳେ ଛିଡା ହୋଇଛି ବିଜୁ ଜନତା ଦଳ । ଏବେ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ ସରକାରଙ୍କ ଚିନ୍ତା ରହିଛି । କେନ୍ଦ୍ର ସରକାର ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ।

BJD Rajya Sabha MP Dr. Sasmit Patra Tested Positive For Covid19

ଆସନ୍ତା ୯ ତାରିଖରେ ହେବାକୁ ଥିବା ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ସଫଳ ହେଉ ବୋଲି ଆଶାବାଦୀ ରହିଛି ଦଳ । ଚାଷୀଙ୍କୁ ଦୁଇଗୁଣା MSP ମିଳିବା ସହ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରିବା ପାଇଁ ବିଜେଡି ଦାବି କରିଛି । ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ହିତରେ ଥିବା କହିଛନ୍ତି ସସ୍ମିତ ପାତ୍ର ।

ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଚାଷୀଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଦିଲ୍ଲୀ ଦରବାରରେ ଚାଷୀମାନେ ଖରା, ଶୀତ କାକର ଖାଇ ଦୀର୍ଘ ୧୨ ଦିନ ହେବ ଆନ୍ଦୋଳନ କରୁଛନ୍ତି । ତେବେ ଓଡ଼ିଶାରେ ମଧ୍ୟ ଏହର ପ୍ରଭାବ ଦେଖିବାକୁ ମିଳିଛି । ଚାଷୀମାନେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଓଡ଼ିଶାରେ ମଧ୍ୟ ଅନେକ ରାଜନୈତିକ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଛନ୍ତି ।ସେପଟେ ରାଜ୍ୟ ସରକାର ଏହି ବନ୍ଦ ଯୋଗୁଁ ସରକାରୀ ଅଫିସ୍‌ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ଟ୍ୱିନ୍‌ ସିଟି ଓ ପୁରୀରେ ମୋ ବସ୍‌ ଗଡ଼ିବନି ବୋଲି ନିଷ୍ପତି ହୋଇଛି ।

Leave a Reply