୨୪ରୁ ପୁଣି ଫେରିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

1 min read

ଭୁବନେଶ୍ୱର: ବଦଳୁଛି ପାଣିପାଗ ମୁଡ୍‌ । ୨୪ରୁ ରାଜ୍ୟରେ ହୋଇପାରେ ବର୍ଷା । ୨୫ରୁ ବର୍ଷା ବିସ୍ତୃତି ବଢ଼ିବ । ଏନେଇ ୯ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଆଫଗାନିସ୍ଥାନ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ପଶ୍ଚିମା-ଝଡ ପ୍ରଭାବରେ ୨୪ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ ଏବଂ ଦେବଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୫ରେ ପଶ୍ଚିମ-ହିମାଳୟ ଅଞ୍ଚଳରେ ଆଉ ଏକ ପଶ୍ଚିମା ଝଡ ସକ୍ରିୟ ହେବା ପ୍ରଭାବରେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ସେପଟେ ଆଜି ଉପକୂଳ ଓଡ଼ିଶାରେ ଘନକୁହୁଡି ପରିଲକ୍ଷିତ ହୋଇଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପୁରୀ ଓ ପାରାଦୀପରେ ସର୍ବନିମ୍ନ ଦୃଶ୍ୟମାନ ୫୦ ମିଟର ରେକର୍ଡ ହୋଇଛି । ଭୁବନେଶ୍ୱର ରେ ୩୦୦ ମିଟର ଦୃଶ୍ୟମାନ ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ ଏବଂ ଢେଙ୍କାନାଳରେ ଆଂଶିକ କୁହୁଡି ଅନୁଭୂତ ହୋଇଛି ।

Leave a Reply