ହାକାଥନକୁ ଉଚ୍ଚ ପ୍ରଶଂସା କଲେ ବିଶ୍ୱବ୍ୟାଙ୍କ ଓ ଷ୍ଟାର୍ସର କେନ୍ଦ୍ରୀୟ ଟିମ

1 min read

ଭୁବନେଶ୍ୱର:  ହାକାଥନକୁ ଉଚ୍ଚ ପ୍ରଶଂସା କଲେ ବିଶ୍ବବ୍ୟାଙ୍କ ଓ ଷ୍ଟାର୍ସ ର କେନ୍ଦ୍ରୀୟ ଟିମ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଭୁବନେଶ୍ୱର ଆଇଆଇଆଇଟି ଠାରେ ଆୟୋଜିତ ଦୁଇଦିନିଆ ହାକାଥନ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି  । ଓସେପାର ଷ୍ଟାରସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ହାକାଥନ ପ୍ରଦର୍ଶନୀରେ ରାଜ୍ୟର 30 ଟି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ 97 ଟି ପ୍ରକଳ୍ପରେ 156 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ  । ପ୍ରଥମ କରି ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଛାତ୍ର ଛାତ୍ରୀମାନଙ୍କର ଚିନ୍ତନ ଶକ୍ତି ,ଡିଜିଟାଲ ଓ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା ସମାଜର ବିଭିନ୍ନ କ୍ଷେତ୍ରରେ ଦୈନନ୍ଦିନ ଜୀବନରେ ସାମନା କରୁଥିବା ସମସ୍ୟା ଗୁଡ଼ିକର ସରଳ ସମାଧାନର ସୂତ୍ର ବାହାର କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା  ।

ଗତକାଲି ଅପରାହ୍ନରେ ବିଶ୍ବବ୍ୟାଙ୍କ ତଥା ଷ୍ଟାରସର ସାରା ଲାଇପ ଙ୍କ ନେତୃତ୍ୱରେ ଚାରିଜଣିଆ ପ୍ରତିନିଧି ଦଳ ହାକାଥନର ସମସ୍ତ ପ୍ରକଳ୍ପ ଗୁଡ଼ିକ ବୁଲିଦେଖିବା ସଙ୍ଗେ ପିଲାମାନଙ୍କ ସହ 3ଘଣ୍ଟା 30ମିନିଟରୁ ଉର୍ଦ୍ଧ ସମୟ ଆଲୋଚନା କରିଥିଲେ  । ପିଲାମାନଙ୍କର ପ୍ରଦର୍ଶନରେ ବିମୁଗ୍ଧ ହେବା ସହ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ  । ଏହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ କର୍ଣାଟକ- ବେଙ୍ଗାଳୁରର ଗୁଗୁଲର ପରିଚାଳନା ମୁଖ୍ୟ ଅଶ୍ୱିନୀ ତନୱାର , ଆଇ.ବି.ଏମର ବୈଷୟିକ ମୁଖ୍ୟ ଦେବେଶ ଦାଶ ଓ ଡେଲର ବରିଷ୍ଠ ପରିଚାଳକ ପ୍ରଦୀପ ମିଶ୍ର ପ୍ରମୁଖ  । ସେମାନେ ଦୁଇଦିନ ଧରି ପ୍ରକଳ୍ପ ଗୁଡ଼ିକ ଦେଖି ପିଲାମାନଙ୍କ ପ୍ରଦର୍ଶନରେ ବେଶ ଖୁସି ହେବା ସଂଗେ ସଂଗେ ଆଗାମୀ ଦିନରେ କିପରି ସେମାନଙ୍କର ପ୍ରକଳ୍ପକୁ ଆଗକୁନେଇପାରିବେ ଓ ଚିନ୍ତନ ଜାରି ରଖିବେ ସେଥିପାଇଁ କେତେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ  ।
ଉଦଯାପନୀ ଉତ୍ସବରେ ମୋସ୍କୁଲ ର ଅଧ୍ୟକ୍ଷା ସୁଶ୍ମୀତା ବାଗଚି ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେବା ସଂଗେ ସଂଗେ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ  ।

ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ଆଜି ହାକାଥନରେ ଅଂଶ ଗ୍ରହଣକାରୀ 10 ଜଣ ଛାତ୍ରଛାତ୍ରୀ ଜୟଦେବ ବିହାରସ୍ଥିତ ହୋଟେଲ ସ୍ୱସ୍ତିପ୍ରେମୀୟମ ରେ ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାର , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ଓ ଓସେପା ମିଳିତ ପ୍ରୟାସରେ ଅନୁଷ୍ଠିତ 6 ଗୋଟି ରାଜ୍ୟର ଷ୍ଟାରସ ର ମଧ୍ୟକାଳୀନ ସମୀକ୍ଷା ବୈଠକରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କୁ ପ୍ରକଳ୍ପ ପ୍ରଦର୍ଶନ ଓ ଅନୁଭୂତି ବାଣ୍ଟିଥିଲେ  । ଛାତ୍ରଛାତ୍ରୀ ମାନଙ୍କର ଏହି ଉନ୍ନତ ପ୍ରଦର୍ଶନ ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅସ୍ଵତି ଏସ ଓ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପିଲା ମାନଙ୍କୁ ଉତ୍ସାହିତ କରିଥିଲେ  ।

ରାଜ୍ୟସ୍ତରୀୟ ଏହି ହାକାଥନ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରାୟଗଡା ଜିଲ୍ଲାର ଓଏଭି ରାମନାଗୁଡ଼ା ର ଛାତ୍ରୀ ପାୟଲ ପ୍ରଧାନ ତାଙ୍କର ପ୍ରକଳ୍ପ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟାହ୍ନ ଭୋଜନ ପରିଚାଳନା ନିମନ୍ତେ ପ୍ରସ୍ତୁତ – ସାଥୀ ଆପ ” ପାଇଁ 50000 ଟଙ୍କା , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବରଗଡ଼ ଜିଲ୍ଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଅବିନାଶ ନାଗ , ମାନବ ସୁରକ୍ଷା ପାଇଁ ପ୍ରସ୍ତୁତ “ହ୍ୟୁପ୍ରୋ ଆପ ” ପାଇଁ 30000/- ଟଙ୍କା ଓ ତୃତୀୟ ସ୍ଥାନରେ ଥିବା ମୟୁରଭଞ୍ଜ ଜିଲ୍ଲାର ଓଏଭି ଉଦଳାର ଛାତ୍ରୀ ପ୍ରକୃତି ନନ୍ଦ ବୟସ୍କ ଲୋକଙ୍କ ପାଇଁ ପ୍ରସ୍ତୁତ “ସ୍ମାର୍ଟ ଷ୍ଟିକ ” ପାଇଁ 10000/- ଟଙ୍କା ତୃତୀୟ ପୁରସ୍କାର ପାଇଥିଲେ  । ଏହା ଛଡ଼ା ପାଞ୍ଚଟି ପ୍ରକଳ୍ପକୁ ସାନ୍ତ୍ୱନା ମୂଳକ ପୁରସ୍କାର ରୂପେ 5000/- ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା  । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ରାମ ଆର ଆୟାର ଓ ଆଇ ଆଇ ଆଇଟି ର ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଓସେପାର ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ ସଚିବ ଶୁଭଶ୍ରୀ ନନ୍ଦ ଓ ଅତିରିକ୍ତ ସଚିବ ଦୂର୍ଗା ପ୍ରସାଦ ମହାପାତ୍ର ସମେତ ବହୁ ଅତିଥି ଉପସ୍ଥିତ ଥିଲେ  ।