ସାବାଡ୍‌ ହେବେ ବେଆଇନ କ୍ଲିନିକ୍‌: ଅଭିଯୁକ୍ତଙ୍କୁ ଦଣ୍ଡ, ସୂଚନାଦାତାଙ୍କୁ ପୁରସ୍କାର

1 min read

ଭୁବନେଶ୍ବର: ବେଆଇନ ଲିଙ୍ଗ ନିରୂପଣ ରୋକିବାକୁ ନୂଆ ପ୍ରୟାସ । ବେଆଇନ କ୍ଲିନିକ ସଂପର୍କରେ ତଥ୍ୟ ଦେଲେ ମିଳିବ ପୁରସ୍କାର । ତଥ୍ୟ ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ୩ଟି ପର୍ଯ୍ୟାୟରେ ଦିଆଯିବ ପୁରସ୍କାର ରାଶି । ସୂଚନାର ସଠିକତା ଯାଞ୍ଚ ପରେ ମିଳିବ ୧୦ହଜାର ଟଙ୍କା । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ହେଲେ ମିଳିବ ଆଉ ୧୦ ହଜାର ।

ଦୋଷୀ ସାବ୍ୟସ୍ତ ହେବା ପରେ ସୂଚନାଦାତାଙ୍କୁ ମିଳିବ ତୃତୀୟ କିସ୍ତି । ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସବୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ତଥ୍ୟ ପ୍ରଦାନକାରୀଙ୍କ ପାଇଁ ସୃଷ୍ଟି କରାଯିବ ବିଶ୍ବସ୍ତ ନେଟଓ୍ବର୍କ । ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ଏହି ଦାୟିତ୍ୱରେ ରହିବେ । ସୂଚନା ମିଳିବା ପରେ ଜିଲ୍ଲା ଟାସ୍କ ଫୋର୍ସ ନେବ ପଦକ୍ଷେପ । ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଉଦବେଗଜନକ ଭାବେ କମୁଛି ।

NFHS ରିପୋର୍ଟ ଅନୁସାରେ ପ୍ରତି ହଜାରେ ପୁଅରେ ଓଡ଼ିଶାରେ ରହିଛନ୍ତି ୮୯୪ ଜଣ ଝିଅ । କନ୍ୟାଭୃଣ ହତ୍ୟା ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି ।