ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ: ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍ ଟେଷ୍ଟିଂ । କରୋନା ପରିସ୍ଥିତିରେ ସୁଧାର ଆସିବା ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେବଳ ବି କ୍ୟାଟାଗୋରୀ ଜିଲ୍ଲାରେ (ପୁରୀ ବ୍ୟାତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଏ ନେଇ ପରିବହନ କମିଶନ ଅରୁଣ ବୋଥ୍ରା ବିଜ୍ଞପ୍ତି ଜାରି କରିଛନ୍ତି । ଜୁଲାଇ ୧୩ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ନେଇ ଅନୁମତି ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଧ୍ୟାନରେ ରଖି ଏପ୍ରିଲ ୨୦ଠାରୁ ଡିଏଲ୍ ଓ ଏଲଏଲ୍ ଟେଷ୍ଟିଂକୁ ବନ୍ଦ କରିଦିଆଯାଇଥିଲା । ଏବଂ ଡିଏଲ୍ ଏବଂ ଏଲ୍‌ଏଲଏଲର ଅବଧିକୁ ୧୮ ମାର୍ଚ୍ଚ ୨୦୨୦ ଯାଏଁ ବୃଦ୍ଧି କରାଯାଇଥିଲା ।

ବାଲେଶ୍ୱ, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲାରେ ୧୩ ତାରିଖରୁ ଏହି ଟେଷ୍ଟିଂ ଆରମ୍ଭ ହେବ କିନ୍ତୁ ୧୪ ତାରିଖରୁ ପୁରୀରେ ଏହି ଟେଷ୍ଟିଂ ଆରମ୍ଭ ହେବ । ଆସନ୍ତା ୧୨ ତାରିଖରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଡିଏଲ୍‌ ଟେଷ୍ଟିଂକୁ ସ୍ଥଗିତ ରଖାଯାଇଛି । ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ ପାଇଁ ୧୦ ଜୁଲାଇ ସକାଳ ୧୧ ଟାରୁ ସ୍ଳଟ୍ ବୁକିଂ ଆରମ୍ଭ ହେବ । ତେବେ ପୁରୀ ଜିଲ୍ଳାରେ ୧୩ ଜୁଲାଇ ଦିନ ୧୧ଟାରୁ ଆରମ୍ଭ ହେବ ସ୍ଳଟ୍ ବୁକିଂ ।

ଏଥିସହିତ ପଢ଼ନ୍ତୁ: ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାର ଉପଲବ୍ଧିକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

Leave a Reply