ଭୋକରେ ଶ୍ରୀଲଙ୍କା: ମିଳୁନି କ୍ଷୀର, ପାଉଁରୁଟି ପ୍ୟାକେଟ ୧୫୦ ଟଙ୍କା

କଲମ୍ବୋ: ଶ୍ରୀଲଙ୍କା କାଙ୍ଗାଳ । ଖାଦ୍ୟ ସମାଗ୍ରୀ କିଣିବାକୁ ବି ନାହିଁ ପାଖରେ ଟଙ୍କା । ଖାଦ୍ୟ ସଙ୍କଟରେ ପୂରା ଦେଶ । ଲୋକଙ୍କୁ ମିଳୁନି କ୍ଷୀର । ବ୍ରେଡ ପ୍ୟାକେଟ୍ ଦାମ ୧୫୦ ଟଙ୍କା । ଗରିବ ଓ ସାଧାରଣ ଶ୍ରୀଲଙ୍କାବାସୀଙ୍କ ପାଇଁ ଚିକେନ୍ ହୋଇଗଲାଣି ସ୍ବପ୍ନ । ବନ୍ଦ ପଡିଛି ହଜାର ହଜାର ପାଉଁରୁଟି ଫ୍ୟାକ୍ଟରୀ । ରୋଷେଇ ପାଇଁ ମିଳୁନି ଗ୍ୟାସ୍ । ଦିନରେ ୭ ଘଣ୍ଟାରୁ ଅଧିକ ସମୟ ରହୁନି ବିଜୁଳି ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଏବେ ସବୁଠାରୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।  ଦେଶର ବିଦେଶୀ ମୁଦ୍ରା ପ୍ରାୟ ଖାଲି ହୋଇଯାଇଛି । ଚୀନ ସହ ଏକାଧିକ ଦେଶଙ୍କ କରଜରେ ବୁଡିଥିବା ଶ୍ରୀଲଙ୍କା ଏବେ କାଙ୍ଗାଳ ଅବସ୍ଥାରେ । ଜାନୁଆରୀରେ ଶ୍ରୀଲଙ୍କା ବିଦେଶୀ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତ କମି ୨.୩୬ ଅରବ ଡଲାର ହୋଇଯାଇଛି । ବିଦେଶୀ ମୁଦ୍ରା କମ କାରଣରୁ ଖାଦ୍ୟ, ଔଷଧ ଓ ଇନ୍ଧନ ଗ୍ୟାସ୍ ଭଳି ଜରୁରୀ ସାମଗ୍ରୀ କିଣିବାକୁ ବି ଶ୍ରୀଲଙ୍କା ଅସମର୍ଥ ।

କ୍ଷୀର ପ୍ୟାକେଟ ପାଇଁ ବୁଲିବାକୁ ପଡୁଛି ଘଣ୍ଟା ଘଣ୍ଟା

ଶ୍ରୀଲଙ୍କାରେ ଏବେ ସ୍ଥିତି ଏମିତି ଯେ କ୍ଷୀର ପ୍ୟାକେଟ ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ବୁଲିବାକୁ ପଡୁଛି । ହେଲେ କ୍ଷୀର ପ୍ୟାକେଟ୍ ମିଳିବା ମଧ୍ୟ କଷ୍ଟକର ହୋଇଯାଉଛି । ଯଦି ବି କାହାକୁ କ୍ଷୀର ପ୍ୟାକେଟ୍ ମିଳି ଯାଉଛି, ହେଲେ ଏହାର ଦାମ ଏତେ ଯେ କିଣିବାକ ସାଧାରଣ ଲୋକେ ଅସମର୍ଥ । ଏମିତିରେ ବହୁ ଲୋକ କ୍ଷୀର କିଣିବା ଛାଡି ଦେଲେଣି ।

ମିଳୁନି ଗ୍ୟାସ୍, ପାଉଁରୁଟି ଫ୍ୟାକ୍ଟରୀରେ ପଡିଲାଣି ତାଲା

ଶ୍ରୀଲଙ୍କାରେ ରୋଷେଇ ଗ୍ୟାସ୍ ମିଳୁନି । ଫଳରେ ହଜାର ହଜାର ବେକରୀ ବନ୍ଦ ହୋଇଗଲାଣି । ଏହାସହ ହଜାର ହଜାର ବେକରୀ ବନ୍ଦ ହେବା ଅବସ୍ଥାରେ ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଗରିବ ପରିବାର ସ ଶ୍ରମିକ ଶ୍ରେଣୀର ଲୋକଙ୍କ ମୁଖ୍ୟ ଖାଦ୍ୟ ହେଉଛି ପାଉଁରୁଟି । ପ୍ରାୟ ପ୍ରତି ଗାଁରେ ଆପଣ ଗୋଟେ କି ଦୁଇଟି ପାଉଁରୁଟି ଫ୍ୟାକ୍ଟରୀ ଦେଖିବାକୁ ପାଇେବ । ହେଲେ ଦେଶରେ ଗ୍ୟାସ୍ ମିଳୁ ନଥିବାରୁ କେଉଁଠି ଫ୍ୟାକ୍ଟରୀ ବନ୍ଦ ହୋଇଗଲାଣି ତ ଆଉ କେଉଁଠି ବନ୍ଦ ହେବା ଉପରେ । ଦେଶରେ ଗୋଟେ ଗୋଟେ ପାଉ:ରୁଟି ପ୍ୟାକେଟ୍ ୧୫୦ରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି ।

ଏନକେ ସିଲୋନୀ ବେକରୀ ମାଲିକ ଆସୋସିଏସନ ଅଧ୍ୟକ୍ଷ ଜୟବର୍ଦ୍ଧନଙ୍କ ଅନୁସାରେ, ‘ଯଦି ଏମିତି ସ୍ଥିତି ଆଉ ଗୋଟିଏ ସପ୍ତାହ ଲାଗି ରହେ ତେବେ ଦେଶରେ ୯୦ ପ୍ରତିଶତ ବେକରୀ ଫ୍ୟାକ୍ଟରୀ ବନ୍ଦ ହୋଇଯିବ ଓ ଲୋକେ ଖାଇବା ପାଇଁ ତ୍ରାହୀ ତ୍ରାହୀ ଡାକିବେ । ସରକାରଙ୍କୁ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କୌଣସି ବ୍ୟବସ୍ଥା କରିବା ଆବଶ୍ୟକ ।’

ଚିକେନ୍ ଏବେ ଧନୀ ଲୋକଙ୍କ ଖାଦ୍ୟ

ଗରିବ ଶ୍ରୀଲଙ୍କାବାସୀଙ୍କ ପାଇଁ ଚିକେନ୍ ଏବେ ସ୍ବପ୍ନ ହୋଇଯାଇଛି । ଆର୍ଥିକ ସଙ୍କଟ କାରଣରୁ ଦେଶରେ ଚିକେନ୍ ଦାମ୍ ୩ ଗୁଣା ବଢି ଯାଇଛି । ସ୍ଥିତି ଏମିତି ଯେ, ସାଧାରଣ ଲୋକଙ୍କ ପ୍ଲେଟରୁ ଚିକେନ୍ ଗାଏବ ହୋଇଯାଇଛି । ଚିକେନ ଏବେ ଶ୍ରୀଲଙ୍କାର ସମ୍ଭ୍ରାନ୍ତ ଲୋକଙ୍କ ଖାଦ୍ୟ ହୋଇଯାଇଛି ।