କ୍ଷୟକ୍ଷତିର ରିପୋର୍ଟ ପଠାଇବାକୁ ଚିଠି ଲେଖିଲେ SRC

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଚିଠି । ଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ଫସଲ, ବାସଗୃହ ନଷ୍ଟ ହେବା ସହ ଗୃହପାଳିତ ପଶୁଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏଭଳି ସବୁ କ୍ଷୟକ୍ଷତିର ଆକଳନ ସହ ଏସଡିଆରଏଫ୍‌ ନିୟମାନୁଯାୟୀ କେତେ ଅର୍ଥ ଆବଶ୍ୟକ ରହିଛି ସେନେଇ ରିପୋର୍ଟ ପଠାଇବାକୁ ଚିଠିରେ ଉଲ୍ଲେଖ ।

ସୂଚନାଯୋଗ୍ୟ ଯେ, ଦେଶ ତଥା ରାଜ୍ୟରେ ଲକ୍‌ଡାଉନ୍ ଲାଗୁ ହେବା ପରଠାରୁ ଅନ୍ୟସମସ୍ତ କାର୍ଯ୍ୟ ଓ ବ୍ୟବସାୟୀ ସହ ଚାଷ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଥିଲା । ଏଭଳି ସ୍ଥିତିରେ ଚାଷୀଙ୍କ ଆୟ ଉପରେ ମଧ୍ୟ ଅଙ୍କୁଶ ଲାଗିଛି । ବର୍ତ୍ତମାନ ରବି ଫସଲ ଅମଳ ସମୟ ହୋଇଥିବାରୁ ଗତ କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ଚାଷ କାର୍ଯ୍ୟ ପାଇଁ ଅନୁମତି ଦେଇଥିଲେ । ତେବେ ଏଭଳି ସମୟରେ ବର୍ଷା ପବନ ଦ୍ୱାରା ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଏହା ଦ୍ୱାରା ଚାଷୀଙ୍କ ଆର୍ଥିକ କ୍ଷତି ସହିବାକୁ ପଡ଼ିବ ।

Leave a Reply