ଓଡିଶା ଛୁଇଁବନି, ଧାମରା ଠାରୁ ୨ଶହ କିମି ଦୂରରେ ଯିବ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ  ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ  । ଏସଆରସି ପ୍ରଦୀପ ଜେନା ଏନେଇ ଓଡିଶାବାସୀଙ୍କୁ ସତର୍କ ଏବଂ ଆଶ୍ୱସ୍ତ କରିଛନ୍ତି  । ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି  । ଆସନ୍ତାକାଲି ସୁଦ୍ଧା ତାହା ଅବପାତର ରୂପ ନେବ  । ୨୩ ଅକୋଟବର ସୁଦ୍ଧା ତୀବ୍ର ଅବପାତର ରୂପ ନେବ  । ୨୪ ବେଳକୁ ସାମୁଦ୍ରିକ ଝଡ଼ର ରୂପ ନେବ  । ଉତ୍ତର ଉତ୍ର ପୂର୍ବ ଦିଗକୁ ଗତି କରି ସମାନ୍ତରଳ ଭାବେ ସମୁଦ୍ର ଭିତରେ ଗତି କରିବ, ୨୫ ତାରିଖ ସଂଧ୍ୟା ସୁଦ୍ଧା ସ୍ତଳ ଭାଗ ଛୁଇଁବ  । ଯାହା ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ନିକଟରେ ମାଡ ହେବ  ।

ଓଡିଶାର ଧାମରା ଠାରୁ ପୂର୍ବକୁ ୨୦୦ କିମି ଠାରୁ ଅଧିକ ଦୂରତା ରହିବ  । ଭଦ୍ରକ, ଜଗତସିଂହପୁର ଏବଂ ବାଲେଶ୍ୱରରେ ୫୦ କିମି ବେଗରେ ପବନ ବହିପାରେ  । ଅନ୍ୟ ଉପକୂଳ ଜିଲ୍ଲା ଗୁଡିକରେ ୩୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି ଏସଆରସି  । ୨୪ ତାରିଖରେ ଓଡିଶାର କିଛି ଉପକୂଳରେ ବର୍ଷା ହୋଇପାରେ  । ପ୍ରଚାରିତ ଖବର ଠାରୁ ଯଥେଷ୍ଟ କମ ରହିଛି ଓଡିଶାରେ ଏହାର ପ୍ରଭାବ  ।

ବର୍ତ୍ତମାନ ସୁଦ୍ଧା ବାତ୍ୟାର ରୂପରେଖ ସ୍ପଷ୍ଟ ହୋଇଛି  । ଓଡିଶା ପ୍ରତି କୌଣସି ପ୍ରଭାବ ନାହିଁ  । କିଛି ସ୍ଥାନରେ ମାତ୍ର ସ୍ୱଳ୍ପ ବର୍ଷା ହେବା ନେଇ କହିଛନ୍ତି ଏସଆରସି  । ରାଜ୍ୟ ସରକାର ତଥାପି ସଜାଗ ରହିଛନ୍ତି  । ୮ଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ପ୍ରସ୍ତୁତ ରହିଛନ୍ତି  । ଉଦ୍ଧାରକାଳୀ ଦଳ ତୟାର ରହିଛନ୍ତି  । ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ରାଜ୍ୟ ସରକାର ସଜାଗ ଏବଂ ସଚେତନ ରହିଛନ୍ତି  । ଜିଲ୍ଲାପାଳ ମାନେ ମଧ୍ୟ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସଜାଗ ରଖିଛନ୍ତି  । ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ଯାଇଥିଲେ ଫେରିଆସିବାକୁ ଅନୁରୋଧ କରିଛନ୍ତି  । ଆସନ୍ତାକାଳି ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିଛି  । ଏହି ସମୟରେ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିବା କହିଛନ୍ତି ଏସଆରସି  ।

ସେପଟେ ଓଡିଶାରେ ବାତ୍ୟା ପ୍ରଭାବ ଯେହେତୁ ନାହିଁ, ତେଣୁ ବଜାରରେ ଅଯଥା ଭିଡ ଜମାଇବାକୁ ମନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର  । କୃତ୍ରିମ ଅଭାବ ସୃଷ୍ଟି କରନ୍ତୁ ନାହିଁ  । କୌଣସି ମତେ ମାର୍କେଟରେ ଅଭାବ ସୃଷ୍ଟି ହେବାର ସମ୍ଭାବନା ନାହିଁ  । ଯଥେଷ୍ଟ ଜିନିଷ ମହଜୁଦ ରହିଥିବା କହିଛନ୍ତି ଏସଆରସି  ।