ଶ୍ରଦ୍ଧା ପିନ୍ଧିଲେ ବୟଫ୍ରେଣ୍ଡଙ୍କ ନାମର ପେଣ୍ଡେଣ୍ଟ, ସୋସିଆଲ ମିଡିଆରେ କଲେ ପୋଷ୍ଟ!

ନନ୍ଦିଘୋଷ ବ୍ୟୁରୋ: ନିଜର ପ୍ରେମକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ତେବେ ସେ ରାହୁଲ ମୋଦିଙ୍କୁ ଡେଟ କରୁଥିବା କୁହାଯାଉଛି । ଏପରିକି ମୁକେଶ ଅମ୍ବାନୀଙ୍କ ପୁଅଙ୍କ ପ୍ରିଓ୍ବେଡିଂରେ ମଧ୍ୟ ଉଭୟ ନଜର ଆସିଥିଲେ । ଏବେ ଅଭିନେତ୍ରୀଙ୍କ ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଶ୍ରଦ୍ଧା । ଯେଉଁଥିରେ ସେ ପ୍ରେମିକଙ୍କ ନାମର ପ୍ରଥମ ଅକ୍ଷର ଆର ଲେଖାଥିବା ଏକ ପେଣ୍ଡେଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି । ଫ୍ୟାନ୍ସମାନେ ଏହାକୁ ନେଇ କମେଣ୍ଟ ମଧ୍ୟ କରିଛନ୍ତି । ବହୁ ମଜାଳିଆ କମେଣ୍ଟମାନ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ପେଣ୍ଡେଣ୍ଟ ପିନ୍ଧିବା ପରେ ଉଭୟଙ୍କ ପ୍ରେମ ସମ୍ପର୍କ କନଫର୍ମ ବୋଲି ପ୍ରଶଂସକମାନେ କହିଛନ୍ତି । ଖୁବଶୀଘ୍ର ଅଫିସିଆଲି ସେମାନଙ୍କ ସମ୍ପର୍କ କହିପାରନ୍ତି । ବିବାହ ସମ୍ପର୍କରେ ମଧ୍ୟ କହିପାରନ୍ତି ବୋଲି କୁହାଯାଉଛି । ତେବେ ରାହୁଲ ମୋଦିଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ହେଉଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ । ’ଆକାଶ ବାଣୀ’ ଫିଲ୍ମର ସେ ସହକାରୀ ନିର୍ଦ୍ଦେଶକଭାବେ କାମ କରିଥିଲେ । ଏହାସହ ’ତୁ ଝୁଟି ମେ ମକାର’ ଫିଲ୍ମର ଲେଖକ ଭାବେ ମଧ୍ୟ କାମ କରିଛନ୍ତି ।