ଦ୍ୱିତୀୟ ଲହର ସମୟରେ ୟାସ୍‌କୁ ସାମ୍ନା କରିବା ବହୁତ କଷ୍ଟ ହୋଇଛି, ସଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ସଫଳତାର ମନ୍ତ୍ର

1 min read

ଭୁବନେଶ୍ୱର: କରୋନା ସମୟରେ ରାଜ୍ୟକୁ ମାଡ଼ି ଆସିଥିଲା ୟାସ୍‌। ଆଉ ଏହାକୁ ରାଜ୍ୟ ସରକାର ସଫଳତାର ସହିତ ମୁକାବିଲା ମଧ୍ୟ କରିଛନ୍ତି। ଜିରୋ କାଜୁଆଲିଟି ସହିତ ସଫଳ ହୋଇଛନ୍ତି ରାଜ୍ୟ ସରକାର। ଗତବର୍ଷ ମଧ୍ୟ ରାଜ୍ୟ ସରକାର କୋଭିଡ ମହାମାରୀ ସମୟରେ ଅମ୍ଫାନଭଳି ବତ୍ୟାକୁ ମଧ୍ୟ ସାମ୍ନା କରିଥିଲେ। ଏଭଳି ମହାବିପଦ ସହିତ ଲଢ଼ିବା ପାଇଁ କେବେ ମଧ୍ୟ ପଛଘୁଞ୍ଚା ଦେଇ ନାହାନ୍ତି ରାଜ୍ୟ ସରକାର। ସବୁ ସମୟରେ ଏକାଠି ହୋଇ ଲଡ଼ିଛନ୍ତି ଆଉ ଜିତିଛନ୍ତି। ଏହି ମୁକାବିଲାର ଦାୟିତ୍ୱ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଉପରେ ରହିଥିଲା। ୟାସ୍‌ ବାତ୍ୟା ସମୁଦ୍ର ମଝିରେ ସୃଷ୍ଟି ହେବା ଠାରୁ ଆରମ୍ଭ କରି ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବା ପର୍ଯ୍ୟନ୍ତ ସବୁରି ଉପରେ ନଜର ରଖିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ତେବେ କେମିତି ଥିଲା ତାଙ୍କର ସେହି ସମୟର ଅନୁଭୁତି ସେନେଇ ପ୍ରକାଶ କରିଛନ୍ତି ଏସ୍‌ଆର୍‌ସି।

ଏହା କରୋନା ସମୟର ଦ୍ୱିତୀୟ ବାତ୍ୟା। ପ୍ରଥମେ କରୋନାର ପ୍ରଥମ ଲହର ସମୟରେ ରାଜ୍ୟକୁ ଆସିଥିଲା ଅମ୍ଫାନ ବାତ୍ୟା। ସେହି ସମୟରେ ବହୁତ କଷ୍ଟ ହୋଇଥିଲା ବାତ୍ୟାକୁ ମୁକାବିଲା କରିବା ପାଇଁ। ତଥାପି ରାଜ୍ୟ କରୋନା ସମୟରେ କେମିତି ବାତ୍ୟାକୁ ମୁକାବିଲା କରାଯାଇପାରିବ ତାହା ଅମ୍ଫାନଠାରୁ ଶିଖିବାକୁ ପାଇଥିଲା। ଯାହାକୁ ୟାସ୍‌ ବାତ୍ୟା ସମୟରେ ବ୍ୟବହାର କରାଯାଇଛି।

ଅମ୍ଫାନ ସମୟରେ ଯେତିକି କଷ୍ଟ ହୋଇଥିଲା ୟାସ୍‌ ସମୟରେ ତାଠାରୁ ଅଧିକ କଷ୍ଟ ହୋଇଛି। କାରଣ ଲୋକମାନଙ୍କ ମନରେ ପ୍ରଥମ ଲହରଠାରୁ ଦ୍ୱିତୀୟ ଲହରରେ ଅଧିକ କଷ୍ଟ ହୋଇଛି। ଅମ୍ଫାନ ଠାରୁ ୟାସ୍‌ରେ ଅଧିକ ଧ୍ୟାନ ଦେବାକୁ ପଡ଼ିଛି ବୋଲି ଏସ୍‌ଆରସି କହିଛନ୍ତି। କାରଣ କରୋନାର ଦ୍ୱିତୀୟ ଲହର ସମୟରେ ରାଜ୍ୟରେ ଅଧିକ ମାତ୍ରାରେ ବାତ୍ୟା ଆଶ୍ରୟସ୍ଥଳୀ ଆବଶ୍ୟକତା ପଡ଼ିଥିଲା। ଆଉ ସେହି ସବୁ ଆଶ୍ରୟସ୍ଥଳୀ ମାନଙ୍କରେ ସମସ୍ତ ପ୍ରକାରର କରୋନା କଟକଣାକୁ ଧ୍ୟାନ ଦେବା ସହ ସେମାନଙ୍କୁ କରୋନା କଟକଣା ସହ ରନ୍ଧା ଖାଦ୍ୟ ମଧ୍ୟ ଦେବାକୁ ପଡ଼ିଥିଲା। ଯେଉଁଥି ପାଇଁ ୟାସ୍‌ ସମୟରେ ମୁକାବିଲାରେ ଅଧିକ କଷ୍ଟ କରିବାକୁ ପଡ଼ିଛି। ତେବେ ଖାଲି ସେତିକି ନୁହେଁ କରୋନାର ଦ୍ୱତୀୟ ଲହର ସମୟରେ ଲୋକଙ୍କ ମନରେ ବହୁ ପରିମାଣରେ ଭୟ ବଢ଼ିଯାଇଛି। ସେଥିପାଇଁ ବାତ୍ୟା ପୂର୍ବରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାରେ ବହୁତ କଷ୍ଟ ହୋଇଛି। ଲୋକେ ଆଶ୍ରୟସ୍ଥଳୀକୁ ଯିବାକୁ ଭୟ କରିଛନ୍ତି ଏବଂ ସ୍ଥାନାନ୍ତର ସମୟରେ କରୋନା କଟକଣା ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡ଼ିଛି ବୋଲି ଏସ୍‌ଆରସି କହିଛନ୍ତି ।

ସେପଟେ ବାତ୍ୟା ସମୟରେ ଖାଲି ବାତ୍ୟା ଆଶ୍ରୟସ୍ଥଳୀ ନୁହେଁ। ବରଂ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା କରୋନା ଡାକ୍ତରଖାନା ମାନଙ୍କ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡ଼ିଛି। ବିଦ୍ୟୁତ, ଅକ୍ସିଜେନରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ଗୋଟିଏ ପ୍ଲାନ୍‌ କରାଯାଇଥିଲା। ଏସବୁ ଭିତରେ ସବୁଠାରୁ ଅଧିକ ସାହାସ ଥିଲା ମୁଖ୍ୟମନ୍ତ୍ରୀଙ୍କର ବାତ୍ୟା ପୂର୍ବର ବାର୍ତ୍ତା। ୧୯ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ। ଜୀବନ ବଞ୍ଚାଇବାକୁ ସବୁ ସହାୟତା ଦେବାକୁ କହିଥିଲେ। ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ଥିଲା ସ୍ପଷ୍ଟ ଓ ସ୍ୱଚ୍ଛ। ଏହି ବାର୍ତ୍ତା ଏସ୍‌ଆରସିଙ୍କ ପାଇଁ ଏକ ଶକ୍ତି ଥିଲା ବୋଲି କହିଛନ୍ତି ଏସ୍‌ଆରସି।  ଏବଂ ସେହି ସମୟରେ ଓଡ୍ରାଫ ଟିମ ଯେଉଁ ଭଳି ଭାବରେ କାର୍ଯ୍ୟ କରିଛି ତାକୁ ନେଇ ସାରା ଓଡ଼ିଶା ଗର୍ବିତ ଏସ୍‌ଆର୍‌ସି କହିଛନ୍ତି।

ସବୁରି ଭିତରେ ସଠିକ ସମୟରେ ସଠିକ ନିଷ୍ପତ୍ତି ସଫଳତାର ମନ୍ତ୍ର। ବାତ୍ୟାର ପୂର୍ବଦିନ ରାତିରୁ ଜଣାପଡ଼ିଥିଲା ଏହା ଭୟଙ୍କର ହେବନି ବୋଲି କିନ୍ତୁ ତଥାପି କୌଣସି କ୍ଷେତ୍ରରେ ଅବହେଳା କରାଯାଇନଥିଲା। ଆକାଶର ବାଦଲ ସ୍ଥିତି ପରୋକ୍ଷରେ ଏହି ସୂଚନା ଦେଇଥିଲା। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମୁକାବିଲା ପାଇଁ ୨୦-୨୫ହଜାର ଲୋକ ଗ୍ରାଉଣ୍ଡରେ ଥିଲେ। ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର ଅଧିକ ଫୋକସ୍ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟରେ ଏବେ ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ସୃଷ୍ଟି ଉଦ୍ୟମ ଜାରି ରହିଛି।
ଏଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି ବୋଲି ଏସ୍‌ଆରସି କହିଛନ୍ତି।

ତେବେ ୟାସ୍‌ ବାରମ୍ବାର ଏଥର ଦିଗ ପରିବର୍ତ୍ତନ କରିବାରରେ ଲାଗିଥିଲା। ଏବଂ ବାତ୍ୟାର ଆଖି ଘନ ବାଦଲ ପାଇଁ ମଧ୍ୟ ଦେଖାଯାଇ ନଥିଲା ସେଥିପାଇଁ ପାଣିପାଗ କେନ୍ଦ୍ର ଏହାର ଦିଗ ପରିବର୍ତ୍ତନକୁ ନେଇ ଅସୁବିଧାରେ ପଡ଼ୁଥିଲେ। ଏହାର ମୁଖ୍ୟ କାରଣ ହେଉଛି କମ ସମୟରେ ଏହା ସକ୍ରିୟ ହୋଇଥିଲା। ଯାହା ପାଇଁ ପାଣିପାଗ ବିଭାଗ କେନ୍ଦ୍ରକୁ ଅଧିକ ଡାଟା ପାଇବା ପାଇଁ କଷ୍ଟ ହୋଇଥିଲା ବୋଲି ଏସ୍‌ଆରସି କହିଛନ୍ତି। ଯଦି ଆମେ ବାତ୍ୟା ଫନିକୁ ଦେଖିବା ତେବେ ଫନି ସମୁଦ୍ର ମଧ୍ୟରେ ୧୧ ଦିନ ରହିଥିଲା। ଯେଉଁଥିପାଇଁ ଅଧିକ ଡାଟା ମିଳିପାରିଥିଲା। ସବୁଠାରୁ ବଡ଼ କଥା ହେଉଛି ବାଦଲର ଡେନସିଟି ପାଇଁ ଜଣାପଡ଼ିଥିଲା ଯେ ପବନର ବେଗ କମିଯିବ ଏବଂ ୧୩୦ ରୁ ୧୪୦ କିଲୋମିଟର ବେଗରେ ପବନ ବହିବ। ଯଦି ଦେଖିବା ହଠାତ ବଢ଼ିଥିଲା ବର୍ଷା। ଏହି ସବୁ କ୍ଷେତ୍ରକୁ ନେଇ ସ୍ଥାନନ୍ତର ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା ଲୋକଙ୍କର ଜୀବନ ବଞ୍ଚାଇବା। ସେଥିପାଇଁ ଏଥର ୫୨ଟି ଏନ୍‌ଡିଆରଏଫ୍‌ ଟିମ୍‌, ୬୦ ଟି ଓଡ୍ରାପ୍‌ ଟିମ୍‌, ୨୦୬ଟି ଫାୟାର ଟିମ୍‌, ୮୬ଟି ଫରେଷ୍ଟ ଟ୍ରି କଟର ଟିମ୍‌ଙ୍କୁ ନିୟୋଜିତ କରାଯାଇଥିଲା। ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ପୂର୍ବରୁ ୨୦ରୁ ୨୫ ହଜାର ଲୋକ, ସବୁ ଡିପାର୍ଟମେଣ୍ଟରୁ ନିୟୋଜିତ କରାଯଥିଲା ବାତ୍ୟାର ମୁକାବିଲା କରିବା ପାଇଁ।

 

Leave a Reply