ଖାସ୍ ମ୍ୟାଚ୍‌ ପାଇଁ: ରାଜଧାନୀରୁ କଟକ ଯାଏଁ ସ୍ୱତନ୍ତ୍ର ବସ୍ ସେବା, ୩୦ ଟଙ୍କା ଦେଇ ପହଞ୍ଚିବେ ବାରବାଟୀରେ

1 min read

ଭୁବନେଶ୍ୱର: ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ଲାଗି କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପର୍ଟ ବା କ୍ରୁଟ୍ର ସ୍ୱତନ୍ତ୍ର ବ୍ୟବସ୍ଥା । ୨୨ ତାରିଖ ଅର୍ଥାତ ମ୍ୟାଚ୍‌ ଦିନ ରାଜଧାନୀରୁ ବାରବାଟୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍ । ଏହି ମୋ’ ବସ ସେବା ମାଷ୍ଟରକ୍ୟାଣ୍ଟିନ୍‌ଠାରୁ କଟକ ବାରବାଟୀ ଷ୍ଟାଡିୟମ ଯାଏଁ ଏବଂ ବରମୁଣ୍ଡାଠାରୁ ଷ୍ଟାଡିୟମ ଯାଏଁ ଉପଲବ୍ଧ ହେବ । ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଟି ଭାୟା ଜାତୀୟରାଜପଥ ଓ ବରମୁଣ୍ଡା ବସ୍ ଭାୟା ନନ୍ଦନକାନନ ହୋଇ କଟକ ବାରବାଟୀ ଷ୍ଟାଡିୟମର ପାର୍କିଂ ପାଖରେ ଯାଇ ପହଞ୍ଚିବ ।

ଏହି ସ୍ୱତନ୍ତ୍ର ବସ ସେବା ସକାଳ୦୮.୩୦ରୁ ୧୧.୦୦ଟା ଏବଂ ପୁଣି ଥରେ ଫେରନ୍ତା ଯାତ୍ରୀଙ୍କ ପାଇଁ ରାତ୍ରି ୧୦.୦୦ଟାରୁ ମଧ୍ୟରାତ୍ରି ଯାଏଁ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବସ୍ ସେବା ପାଇଁ ଏକ ସ୍ୱତନ୍ତ୍ର ବସ ଭଡ଼ା ମାତ୍ର ୩୦ ଟଙ୍କା ନିର୍ଦ୍ଧାରିତ ହୋଇଛି ।

କ୍ରିକେଟପ୍ରେମୀ ଦର୍ଶକଙ୍କୁ ନିଜସ୍ୱ ଯାନବାହାନ ବ୍ୟବହାର ନକରି ସୁବିଧା ଜନକଭାବେ ସ୍ୱଳ୍ପ ଖର୍ଚ୍ଚରେ କ୍ରିକେଟ୍ ମ୍ୟାଚ୍‌ ଦେଖିବା ପାଇଁ ମୋ’ ବସ୍‌ ବ୍ୟବହାର କରିବାକୁ ନିବେଦନ କରିଛନ୍ତି କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ମୋ’ବସ ସେବାର ବ୍ୟବହାର ଦ୍ୱାରା ଯାତ୍ରୀମାନଙ୍କୁ ଟ୍ରାଫିକ ଜାମ୍‌ କଷ୍ଟରୁ ମଧ୍ୟ ମୁକ୍ତି ମିଳିବ ।  ଏହା ଦ୍ୱାରା ଅଧିକାରୁ ଅଧିକା ଲୋକ ଲାଭାନ୍ୱିତ ହେବେ ବୋଲି ସେ ଆଶା ରଖିଛନ୍ତି ।

୧) ବରମୁଣ୍ଡାରୁ ବାରବାଟୀ ଷ୍ଟାଡିୟମ ଗଲା ବେଳେ ଏହି ବସ ଜୟଦେବ ବିହାର, ନନ୍ଦନକାନନ ଏବଂ ଜୁଡିସିଆଲ ଏକାଡେମୀ

କେବଳ ଏହି ୩ଟି ଜାଗାରେ ରହିବ । ଫେରିବା ସମୟରେ ମଧ୍ୟ କେବଳ ନିର୍ଦ୍ଧାରିତ ସ୍ଥାନରେ ବସ୍ ରୋକାଯିବ ।

୨) ସେହିପରି ମାଷ୍ଟର କ୍ୟାଣ୍ଟିନରୁ ବାରବାଟୀ ଷ୍ଟାଡିୟମ ଯାଉଥିବା ବସ ବାଣୀବିହାର ଛକ, ନଖରା ଛକ, ଲିଙ୍କ ରୋଡରେ ରହିବ ।

ଫେରିବା ସମୟରେ ମଧ୍ୟ ଏହି ୩ଟି ନିର୍ଦ୍ଧାରିତ ସ୍ଥାନରେ ବସ ରୋକାଯିବ ।

Leave a Reply