ଦୁର୍ନୀତି ମାମଲାରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ

1 min read

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ। ଦୁର୍ନୀତି ମାମଲାରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କୁ ଗିରଫ କରିଛି ଦେଶର ପୋଲିସ। ଦୀର୍ଘ ୬ ଘଣ୍ଟାଧରି ମୁହାଁମୁହିଁ ହେବା ପରେ ଗିରଫ ହୋଇଛନ୍ତି ୟୁନ ସୁକ୍ । ରାଷ୍ଟ୍ରପତିଙ୍କ ମୁଖ୍ୟ ସୁରକ୍ଷାକର୍ମୀ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ପରେ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ପ୍ରାୟ ୧ ହଜାର ପୋଲିସ କର୍ମୀ ରାଷ୍ଟ୍ରପତି ଭବନ ବାହାରେ ଏକାଠି ହୋଇଥିଲେ। ତେବେ ରାଷ୍ଟ୍ରପତି ଭବନ ଫାଟକ ଖୋଲିନଥିଲେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ। ଦୀର୍ଘ ୬ ଘଣ୍ଟା ଧରି ଚାଲିଥିଲା ମୁହାଁମୁହିଁ ସ୍ଥିତି। ଶେଷରେ ଶିଡ଼ି ସହାୟତାରେ ରାଷ୍ଟ୍ରପତି ଭବନ ଭିତରକୁ ପଶିଥିଲେ ପୋଲିସ କର୍ମୀ।

ସୂଚନା ଅନୁଯାୟୀ, ଭୋର ୪ଟା ୨୦ ମିନିଟ ସମୟରେ ରାଷ୍ଟ୍ରପତି ଭବନ ଆଗରେ ପହଞ୍ଚିଥିଲା ପୋଲିସ। ବିଭିନ୍ନ ରାସ୍ତା ଦେଇ ରାଷ୍ଟ୍ରପତି ଭବନରେ ପଶିଥିଲେ ପୋଲିସ କର୍ମୀ। ରାଷ୍ଟ୍ରପତି ଭବନରେ ପଶି ଶେଷରେ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କୁ ଗିରଫ କରିଥିବା ଜଣାପଡିଛି। ଏହା ପୂର୍ବରୁ ଗତ ୩ ତାରିଖରେ ଗିରଫ କରିବାକୁ ପ୍ରଥମଥର ଲାଗି ଉଦ୍ୟମ କରିଥିଲା ଦକ୍ଷିଣ କୋରିଆର ଦୁର୍ନୀତି ଯାଞ୍ଚ କରୁଥିବା CIO କାର୍ଯ୍ୟାଳୟ।